ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ

ସମ୍ବଲପୁର:ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ୟୁନିଟ୍ ଆନୁକୁଲ୍ୟ ରେ ଶନିବାର ଦିନ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଥିଲା । ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବରେ ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଅଧୀକ୍ଷକ ଡ଼ାକ୍ତର ଅମୁଲ୍ୟ ରତ୍ନ ମହନ୍ତ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ର ବିଭିନ୍ନ ଦିଗ, ରକ୍ତସ୍ରାବ ଜନିତ ଜରୁରୀ ସେବା, ଏମ୍ବୁଲେନ୍ସ ସେବାର ଗୁରୁତ୍ୱ ଓ ରାସ୍ତା ଦୁର୍ଘଟଣା ରେ ପ୍ରାଥମିକ ଚିକିତ୍ସା ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ ବୀର ଜବାନ୍ ଗୋବର୍ଦ୍ଧନ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଯୁଦ୍ଧ ସମୟରେ ପ୍ରାଥମିକ ଚିକିତ୍ସା ର ଆବଶ୍ୟକତା ଓ ଜରୁରୀ ସେବା ରେ ସେନାବାହିନୀ ର କର୍ତ୍ତବ୍ଯ ବିଷୟ ରେ ବକ୍ତବ୍ୟ ରଖିଥିଲେ । ଯୁବରେଡ଼କ୍ରସ୍ ଅଧିକାରୀ ଅଧ୍ୟାପକ ଦେବେଶ କୁମାର ବିଶ୍ୱାଳ ଯୁବ ରେଡ଼କ୍ରସ୍ ଦିବସ ପାଳନ ର ଆଭିମୁଖ୍ୟ ସଂପର୍କ ରେ ବୁଝାଇଥିବା ବେଳେ ଅଧ୍ୟାପକ ଭଜ ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ହିମାଂଶୁ ବାରିକ, ଅଧ୍ୟାପିକା ଲିଟିନା ପ୍ରିୟଦର୍ଶନୀ, ଶ୍ଵେତା ଶ୍ରୀ ପ୍ରଧାନ ଓ ଗିରୀଶବାଳା ନାୟକ ପ୍ରାଥମିକ ଚିକିତ୍ସା ରେ ଛାତ୍ରଛାତ୍ରୀ ମାନଙ୍କ ର ଭୁମିକା ତଥା ପ୍ରାଥମିକ ଚିକିତ୍ସା ରେ ଯୁବ ରେଡ଼କ୍ରସ ର ଗୁରୁତ୍ୱ ବିଷୟ ରେ ଆଲୋଚନା କରିଥିଲେ । ଏହି ଅବସର ରେ ପ୍ରାଥମିକ ଚିକିତ୍ସା ଓ ରେଡ଼କ୍ରସ ଆଧାରିତ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା ।