ସାର ସମସ୍ୟାକୁ ନେଇ ସୋମବାର ରାଜଭବନ ଘେରିବ ବିଜେଡି: ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର,:ସାରର କୁତ୍ରିମ ଅଭାବକୁ ନେଇ ବିଜେଡି ହୋଇଛି ଆନ୍ଦୋଳନ ମୁହାଁ।ସରକାର କାହିଁକି ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେଡି ପ୍ରଶ୍ନ ଉଠାଇ ଚାଷୀଙ୍କୁ ଯଦି ସାର ମିଳୁଛି କାହିଁକି ଧାଡ଼ି ଲଗାଉଛନ୍ତି ବୋଲି ପ୍ରଶ୍ନ ଉଠାଇଛି।
ରାଜ୍ୟରେ ସାରର ଅଭାବ ନାହିଁ ବୋଲି ବାରମ୍ବାର ସରକାର ସଫେଇ ଦେଇଥିବା ବେଳେ ସାର ପାଇଁ ଚାଷୀ ବାରମ୍ବାର ରାଜରାସ୍ତାକୁ ଓଲ୍ଲେଇବା ଏକ ଭଲ ସଂକେତ ନୁହଁ।ତେଣୁ ସାର ସମସ୍ୟାକୁ ନେଇ ସୋମବାର ରାଜଭବନ ଘେରିବ ବିଜେଡି ର ବରିଷ୍ଠ ନେତା ତଥା ବିରୋଧୀ ଦଳ ଓପ ନେତା ପ୍ରସନ୍ନ ଆଚାର୍ଯ୍ୟ ଇସାରା ଦେଇଛନ୍ତି।