Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରୁମିଙ୍ଗ କାର୍ଯ୍ୟକ୍ରମ ଉଦଯାପିତ:ଆଦି ଶଙ୍କରାଚାର୍ଯ୍ୟ କୁ ପଢ଼ ସନାତନ ଧର୍ମ କୁ ଜାଣ

ସମ୍ବଲପୁର: ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ର ଅନ୍ତିମ ଶିବିର ଏକବିଂଶ ସପ୍ତାହ ର ଯୁବ ପ୍ରଶିକ୍ଷଣ ରବିବାର ଉଦଯାପିତ ହୋଇଯାଇଛି।
ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ରେ ଜୀବନୀ ପ୍ରସଙ୍ଗ ରେ ରେ ଆରମ୍ଭ କରି ଅଧ୍ୟତ୍ମିକବାଦୀ ଇ. ବିଭୂତି ନାରାୟଣ ମାଝୀ ଆଦିଶଙ୍କରାଚାର୍ଯ୍ୟ ଙ୍କ ଜୀବନୀ ଓ ଦର୍ଶନ ଉପରେ ବିଷଦ ଆଲୋଚନା କରି ରୁକ,ସାମ,ଜଜୁର ଓ ଅଥର୍ବ ବେଦ ର ଗବେଷଣା ଓ ସୁରକ୍ଷା ତଥା ଭାରତ ର ଚାରି ଦିଗରେ ଚାରୋଟି ଧାମ ପ୍ରତିଷ୍ଠା ରେ ତାଙ୍କର ଭୂମିକା ଉପରେ ବିଭିନ୍ନ ଉଦାହରଣ ସହ ବୁଝେଇଥିଲେ।
ପରେ ପରେ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ ଅନୁଷ୍ଠାନ ର ସଭାପତି ପ୍ରୋ.ଆଦିତ୍ୟ ପ୍ରସାଦ ପାଢ଼ୀ ପିଲାଙ୍କୁ ଆଗାମୀ ଦିନରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବ ସମ୍ପରେ ପ୍ରଶିକ୍ଷାର୍ଥୀ ଙ୍କୁ ସୂଚିତ କରିଥିଲେ।ସଂଯୋଜକ ରାଜେନ୍ଦ୍ର ପଣ୍ଡା ଗତ ୨୧ ଟି ସପ୍ତାହ ର ଏକ ସମ୍ୟକ ବିବରଣୀ ଦେବାସହ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରୋ ସେବକ ତ୍ରିପାଠୀ, ଇ.ସୁଶାନ୍ତ ଗୁରୁ,ଅର୍ଜୁନ ରଂଜନ ପଣ୍ଡା ପ୍ରମୁଖ ପିଲାଙ୍କୁ ଏହି କର୍ୟ୍ୟକ୍ରମ ର ଶିକ୍ଷଣୀୟ ଦିଗକୁ ଜୀବନ ରେ ପ୍ରୟୋଗ କରିବାକୁ ଆହ୍ଵାନ ଦେଇଥିଲେ।ସଭାରେ ଶ୍ରୀ ରଘୁନାଥ ମିଶ୍ର, ଡ଼ ଗିରିଧାରୀ ହୋତା, ରାହସ ବିହାରୀ।ପଣ୍ଡା,ଶ୍ରୀବତ୍ସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ବିଜୟ ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଆଜିର ଶିବିର ରେ ୧୮ ଟି ସ୍କୁଲ ରୁ ୪୫ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଜାତୀୟ ସଙ୍ଗୀତ ପରେ ପିଲାଙ୍କ ଠାରୁ କାର୍ଯ୍ୟକ୍ରମ ଉପରେ ଏକ ମତାମତ ସଂଗ୍ରହ କରଯାଇଥିଲା।ପ୍ରଶିକ୍ଷାର୍ଥୀ ଙ୍କ ମଧ୍ୟରୁ ସିଦ୍ଧାର୍ଥ,ଅବିନାଶ, ଫତିମା,ପୂଜାରଣୀ, ଆଶୁତୋଷ,ଶିବାନୀ,ବିଦୁଷୀ ,ଜିତେନ୍ଦ୍ର ଓ ରୀନା ପ୍ରମୁଖ ଗତ ଛଅ ମାସ ର ପ୍ରଶିକ୍ଷଣ କେନ୍ଦ୍ର ରେ ନିଜ ନିଜ ର ଅଭିଜ୍ଞତା ଵର୍ଣନା କରିଥିଲେ।
ଉଦଯାପନୀ ଉତ୍ସବ ପରେ ପରେ ସମ୍ୱଲପୁର ପବ୍ଲିକ ଲାଇବ୍ରେରୀ ଓ ସଂସ୍କୁତ ସାହିତ୍ୟ ବିଦୁଷୀ ଡ଼ ସରିତା ମାଝୀ ସ୍ମୃତି କମିଟି ତରଫରୁ ପ୍ରାୟୋଜିତ ଶ୍ରୀମଦ ଭଗବତ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ମହାନଗରନିଗମ ର ୧୬ ଟି ହାଇସ୍କୁଲ ରୁ ୩୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ସୁନ୍ଦର ଆବୃତ୍ତି ଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ।ବିଚାରକ ଭାବେ ଯୋଗ ଦେଇ ଶ୍ରୀ ମୁକ୍ତକଂଠ ପ୍ରଧାନ, ଚିନ୍ତାମଣି ଭୋଇ ଓ ରତ୍ନପ୍ରଭା କର ପିଲାଙ୍କୁ ମୁଲ୍ୟାୟନ କରିଥିଲେ।ଆଜିରଏହି ପ୍ରତିଯୋଗିତା ରେ .ଆୟନ୍ସ ମିଶ୍ର,ସରସ୍ୱତୀ ଶିଶୁମନ୍ଦିର ଧନୁପାଲି, ରାଜନନ୍ଦିନୀ ପ୍ରିୟଦର୍ଶିନୀ ସାହୁ,ସିଏସବି ଜିଲା ସ୍କୁଲ ଓ ଆଭାସ ଧର ଶିଶୁ ମନ୍ଦିର ଧନୁପାଲି ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ନିକଟ ଭବିଷ୍ୟତରେ ଏକ ସ୍ୱତନ୍ତ୍ର ଉତ୍ସବ ରେ ଉଭୟ ଗ୍ରାମାଞ୍ଚଳ ଓ ସହରାଂଚଳ କୃତି ପ୍ରତିଯୋଗୀ ଙ୍କୁ ଅର୍ଥ ରାଶି ,ସ୍ମାରକୀ ଫଳକ ଓ ସାର୍ଟିଫିକେଟ ସହ ସମ୍ମାନିତ କରାଯିବା ଉଦ୍ୟୋକ୍ତା ବିଭୂତି ନାରାୟଣ ମାଝୀ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଅନେକ ଅଭିଭାବକ ଉପସ୍ଥିତ ଥିଲେ। ଶିକ୍ଷାବିତ ଉଦିତ ପାଟଯୋଶୀ,ହରି ନାରାୟଣ ପଣ୍ଡା,ପୃଥ୍ୱୀରାଜ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ।ଶେଷରେ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ