ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ:ସ୍ୱଚ୍ଛ ସୁନ୍ଦର ସବୁଜ ସମ୍ବଲପୁର

ସମ୍ବଲପୁର:ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ” ଆଜି କ୍ଷେତରାଜପୁର ଡିଆରଏମ କାର୍ଯ୍ୟାଳୟ ପାଖରୁ ଆରମ୍ଭ ହୋଇ ବଡ଼ବଜାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ମହାନଗର ନିଗମ ର ଆନୁକୁଲ୍ୟ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଭାରତ ସରକାର ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ସରକାରଙ୍କ ପଞ୍ଚାୟତୀରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାୟକ,ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ,ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ ଖତ୍ରି, ଆଇଏଏସ ପ୍ରୋବେସନାରୀ ଅଧିକାରୀ ଶୁଭ୍ରା ପଣ୍ଡା, ପୂର୍ବତନ ବିଧାୟକ ରେଙ୍ଗାଲି ନାଉରି ନାୟକ ଙ୍କ ସମେତ ଜନ ସାଧାରଣ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ଟି ସ୍ୱଚ୍ଛତା ସୁନ୍ଦର ସବୁଜ ସମ୍ବଲପୁର ଲକ୍ଷ୍ୟ ଉପରେ ଆଧାରିତ ଥିଲା।
ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ରବିନାରାୟଣ ନାୟକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ସହରକୁ ନିଜ ସମାଜକୁ ସ୍ୱଚ୍ଛ ରଖିବାପାଇଁ ଏକ ସ୍ଵଚ୍ଛତା ଅଭିଯାନ ଆରମ୍ଭ କରିଥିଲେ ବୋଲି କହିଥିଲେ।ନିଜ ଅଞ୍ଚଳ କୁ ନିଜ ପରିବେଶ କୁ ସ୍ୱଚ୍ଛ ରଖିବାକୁ ପ୍ରୟାସ କରି ଏହି ଅଭିଯାନ ର ଭାଗୀଦାର ହୁଅ।ସମ୍ବଲପୁର କୁ ଗୋଟେ ସ୍ୱଚ୍ଛ ସହରରେ ପରିଣତ କରିବାପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।
ମାନ୍ୟବର କେନ୍ଦ୍ରଶିକ୍ଷାମନ୍ତ୍ରୀ, ଭାରତ ସରକାର ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵଚ୍ଛତା ପକ୍ଷ ଆଗାମୀ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବା ବୋଲି ସମସ୍ତଙ୍କୁ ସୂଚନା ଦେଇଥିଲେ। ଉପସ୍ଥିତ ନାଗରିକ ମାନଙ୍କୁ ଏହି ଅଭିଯାନ ରେ ଅଂଶ ଗ୍ରହଣ କରିବାକୁ କହିଥିଲେ।ଯେପର୍ଯ୍ୟନ୍ତ ଆମେ ନିଜେ ନଚାହିଞ୍ଚେ ସେ ପର୍ଯ୍ୟନ୍ତ ଆମ ସହରକୁ ସ୍ୱଚ୍ଛ କରିପାରିବା ନାହିଁ ତେଣୁ ଏଥି ପାଇଁ ନିଜେ ଜାଗ୍ରତ ହେବା ପାଇଁ କହିଥିଲେ।ଆଗାମୀ ଦିନରେ ସ୍ଵଚ୍ଛତା ପାଇଁ ସାଧାରଣ ଜନତା ଙ୍କ ଦାୟୀତ୍ଵ ବିଷୟରେ ସଚେତନ କରାଇବା ପାଇଁ ଜନ ଅଭିଯାନ କାର୍ଯ୍ୟକ୍ରମ କରିବାପାଇଁ ଜିଲ୍ଲା ପ୍ରଶାସନ କୁ ପରାମର୍ଶ ଶ୍ରୀ ପ୍ରଧାନ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବେଷ୍ଟ ସ୍ଵଛ ସାଥି ଜୋତ୍ସନା ରାନୀ ବାରିକ (ୱାର୍ଡ ନମ୍ବର ୧୭), ଵେଷ୍ଟ ସ୍ୱଚ୍ଛ ସୁପରଭାଇଜର ବିନିତା ସାହୁ ( ୱାର୍ଡ ନମ୍ବର ୪୦ ଓ ୪୧ ) , ବେଷ୍ଟ ଡିଆଇପି ରାଜେଶ ବେହେରା (ୱାର୍ଡ ନମ୍ବର ୩୦) ଙ୍କୁ ସମ୍ମାନିତ କରାଯାଇଥିଲା।