Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ଓଜନ୍ ଦିବସ

ସମ୍ବଲପୁର:ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରହି ବିଜ୍ଞାନ ଶ୍ରେଣୀ ସମୁହ ସେମିନାର୍ ଆନୁକୁଲ୍ୟ ରେ ତା ୧୬.୯.୨୦୨୫ ରିଖ ମଙ୍ଗଳବାର ଦିନ ବିଶ୍ଵ ଓଜନ୍ ଦିବସ ପାଳିତ ହୋଇଥିଲା । ଏହି ଅବସର ରେ ଆୟୋଜିତ ଏକ ସଚେତନତା ସଭା ରେ ସଭାପତିତ୍ୱ କରି ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ପ୍ରକାଶ କରିଥିଲେ ଯେ ବିଶ୍ଵ ଓଜନ୍ ଦିବସ ର ମୂଳ ଉଦ୍ଦେଶ୍ୟ ହେଲା ବାୟୁ ମଣ୍ଡଳକୁ ଘେରି ରହିଥିବା ଓଜୋନ୍ ସ୍ତର ର ସଂରକ୍ଷଣ କରିବା ଓ ଓଜନ ସ୍ତର କ୍ଷୀଣ ହେବା ଜନିତ ସୃଷ୍ଟ ଭୟାବହତା ସଂପର୍କ ରେ ବିଶ୍ୱବାସୀ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା | ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସୁଭାଷ ଚନ୍ଦ୍ର ବେହେରା ବାୟୁ ମଣ୍ଡଳ ରେ ଓଜନ ସ୍ତର ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାଣୀବିଜ୍ଞାନ ଅଧ୍ୟାପିକା ଗିରୀଶ ବାଳା ନାୟକ କହିଥିଲେ ଯେ ସୌରପବନ ଅନେକ ସମୟରେ ପୃଥିବୀ ଉପରିସ୍ଥ ଓଜନ ସ୍ତର ରେ କ୍ଷତି କରିଥାନ୍ତି ଓ ଓଜନସ୍ତର ଦେଇ କ୍ଷତିକାରକ ଅତି ବାଇଗଣୀ ବିକାରଣ ଭୁପ୍ତଷ୍ଠ କୁ ପ୍ରବେଶ କରିଥାଏ ତଥା ବାୟୁ ମଣ୍ଡଳ ରେ ଓଜନ ସ୍ତର କମିଯିବା ହେତୁ ଅତି ବାଇଗଣୀ ରଶ୍ମୀ ଅଧିକା ହୋଇ ପରଳ ପକାଇବାର ସମ୍ଭାବନା ବଢ଼େ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଦେବେଶ ବିଶ୍ଵାଳ, ହିମାଂଶୁ ବାରିକ, ବିନୋଦ ବିହାରୀ ପ୍ରଧାନ, ଭଜମୋହନ ପ୍ରଧାନ,ଜୟନ୍ତୀ ପ୍ରଧାନ ପମୁଖ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଶେଷ ଦେବ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲା । ଓଜନ୍ ସ୍ତର ସମ୍ପର୍କରେ ଏକ ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା ।