ଗାନ୍ଧୀ ପଥେ ଓଡ଼ିଶା ପଦ ଯାତ୍ରା ପାଇଁ ପ୍ରସ୍ତୁତି:ଶତାଧିକ କର୍ମୀ ପ୍ରତିଦିନ ଚାଲିବେ ୨୦ କିଲୋମିଟର- ଜିଲ୍ଲା ସଂଯୋଜକ ଦୁର୍ଗା ପାଢ଼ୀ

ସମ୍ବଲପୁର:ଚଳିତ ସେପ୍ଟେମ୍ବର ମାସ ତୃତୀୟ ସପ୍ତାହରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ “ଗାନ୍ଧୀ ପଥେ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜିତ ହେବ I ପ୍ରାୟ ଏକ ବର୍ଷ କାଳ ରାଜ୍ୟର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ସମୁଦାୟ ୧୨ ଗୋଟି ପର୍ଯ୍ୟାୟରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ପଦଯାତ୍ରା ଅନୁଷ୍ଠିତ ହେବ I ଏଆଇସିସି ସଂକଳ୍ପନାମାରେ ଉଲ୍ଲିଖିତ ବିଭିନ୍ନ ୫ ନ୍ୟାୟଯାତ୍ରା ଛାୟାରେ ହେବାକୁ ଥିବା ଏହି ପଦଯାତ୍ରାରେ ରାଜ୍ୟର କୋଣ ଅନୁକୋଣରେ ଅଗଣିତ କଂଗ୍ରେସ ନେତା ଓ କର୍ମୀ ଯୋଗଦେବେ । ଏଥିନିମନ୍ତେ ଏକ ପ୍ରାରମ୍ଭିକ ରୋଡ଼ ପ୍ରସ୍ତୁତ ହୋଇଛି I ୪ର୍ଥ ପର୍ଯ୍ୟାୟରେ ସମ୍ବଲପୁର ଜ଼ିଲ୍ଲା ରେ ଅନୁଷ୍ଠିତ ହେବାକୁ ଥିବା ଏହି “ଗାନ୍ଧୀ ପଥେ ଓଡ଼ିଶା’ ପଦ ଯାତ୍ରାକୁ ସଫଳ କରିବା ପାଇଁ ଜ଼ିଲ୍ଲା ସଂଯୋଜକ ଦୁର୍ଗା ପାଢ଼ୀ ଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି I ଜ଼ିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଜ଼ିଲ୍ଲାର ରୋଡ଼ମ୍ୟାପ୍ ପ୍ରସ୍ତୁତ କରି ପିସିସି ର ଅବଗତି ତଥା ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରେରଣ କରାଯାଇଛି। ପ୍ରତ୍ୟେକ ଦିନ ୨୦ କିଲୋମିଟର ପଦ ଯାତ୍ରା ହେବ। ବରଗଡ଼ ଜିଲ୍ଲା ପରେ ସମ୍ବଲପୁର ଜିଲ୍ଲା ପାଇଁ ଗୋଶାଲା ଛକରୁ ସମ୍ବଲପୁର ଜିଲ୍ଲା ପାଇଁ ପଦଯାତ୍ରା ଆରମ୍ଭ ହେବ। ପିସିସି ସଭାପତିଙ୍କ ଶ୍ରୀ ଭକ୍ତ ଦାସ ଙ୍କ ସହିତ ବହୁ ଜାତୀୟ ଓ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଏହି ପଦଯାତ୍ରାରେ ସାମିଲ ହେବ। ସମ୍ବଲପୁର ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ କର୍ମୀ କର୍ମକର୍ତ୍ତା ଏହି ପଦଯାତ୍ରାରେ ୭ ଦିନ ଧରି ଚାଲିବେ। ସମ୍ବଲପୁର ଜିଲ୍ଲା କଂଗ୍ରେସର ପ୍ରସ୍ତାବିତ ପଦଯାତ୍ରାର ରୋଡ଼ ମ୍ୟାପକୁ ପିସିସି ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ଆସି ଚୂଡ଼ାନ୍ତ କରିବେ ବୋଲି ଡିସିସି ସଂଯୋଜକ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି I ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ଆସଫ ଅଲି ଖାନ, ପିସିସି ସମ୍ପାଦକ ଦିଲୀପ ଦୁରିଆ, କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ କେଦାର ବରିହା, ପିସିସି ସଭ୍ୟ ଚନ୍ଦ୍ର ପୁରୋହିତ, ସୁବାଷ ବିଶ୍ଵାଳ, ଗଣେଶ ପଳେଇ, ପିସିସି ସଭ୍ୟା ସୁରଞ୍ଜିନି ବାରିକ, ଓବିସି ଜ଼ିଲ୍ଲା ସଭାପତି ଶିବବ୍ରତ ପ୍ରଧାନ, ପିସିସି ରାଜ୍ୟ କୃଷକ ସେଲ ସାଧାରଣ ସମ୍ପାଦକ ଗୋବିନ୍ଦ ମିଶ୍ର, ଜ଼ିଲ୍ଲା ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ସୁତପା ମିତ୍ର, ଓବିସି ରାଜ୍ୟ ସାଧାରଣ ସମ୍ପାଦକ କାଲୁ ସ୍ୱାଇଁ, ଯୁବ ନେତା ମୋହନ ସାହା, କୃଷକ ନେତା ଲଷ୍ମୀ ପ୍ରଧାନ,ମହିଳା ନେତ୍ରୀ କବିତା ପଟ୍ଟନାୟକ, ସେବାଦଳ ନେତ୍ରୀ ବିନୋଦିନୀ ଦୀପ ସଂଖ୍ୟା ଲଘୁ ସେଲର ବାବୁ ଖାନ, ଏମ୍ ଡି ସଲିମ, ବରିଷ୍ଠ ନେତା ନିରଞ୍ଜନ ତ୍ରିପାଠୀ, ଚନ୍ଦ୍ର ମହାନ୍ତି, ବିଜୁ ପ୍ରଧାନ, ପ୍ରକାଶ ଶତପଥୀ, ଅରୁଣ କୁମାର, ରାଜେଶ ମିଶ୍ର, ପୂର୍ବତନ କାଉନସିଲର ଲାଲ ମୋହନ ଷାଠିଆ ଓ ଅଶୋକ ସୋନି, ବରିଷ୍ଠ ନେତା ସୁଧୀର ପଣ୍ଡା ,ବାଲିଆ ତ୍ରିପାଠୀ, ଗିରିଜା ନାୟକ, ରବି ରାଉତ, ଗୁଡୁ ଉପଲ, ସନ୍ତୋଷ ରାଉତ, ଡ ସନ୍ତୋଷ କାନୁନଗୋ ପ୍ରମୁଖଙ୍କୁ ନେଇ ଏକ ସଂଯୋଜନା କାମଟି ଗଠନ କରାଯାଇଛି। ଏହି ପଦ ଯାତ୍ରାର ସଫଳତା ପାଇଁ ଜିଲ୍ଲା ସଂଯୋଜକ ଦୁର୍ଗା ପାଢ଼ୀ ସବୁ କର୍ମୀ କର୍ମକର୍ତ୍ତାଙ୍କ ସହଯୋଗ କାମନା କରିଛନ୍ତି।