Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ସୈନିକ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ:ଧରିତ୍ରୀ ମାତାର ସୁରକ୍ଷା ଜରୁରୀ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ଆଜି ପୂର୍ବାହ୍ନ ସମ୍ବଲପୁର ସୈନିକ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ୍ ବୋନ୍ଦର(ଭା .ପ୍ର.ସେ), ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭମୂ( ଭା. ପୋ. ସେ),ସମ୍ବଲପୁର ମହାନଗର ନିଗମ ର ଆରକ୍ଷୀ ଅଧିକ୍ଷକ ଶ୍ରୀ ରେହାନ କ୍ଷତ୍ରି(ଭା. ପ୍ର. ସେ), ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାୟକ, ମାନ୍ୟବର ବିଧାୟକ ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର ଙ୍କ ଲୋକପ୍ରତିନିଧି ଶୁଭଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମାନ୍ୟବର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ସୈନିକ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଙ୍କ ୭୫ ତମ ଜନ୍ମଦିନ ପାଳନ ଅବସରରେ ବୃକ୍ଷରୋପଣ ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ।ସେ କହିଥିଲେ ପୃଥିବୀ ମା’ କୁ ସେତିକି ଭଲପାଇବା ଦରକାର, ଯେତିକି ଆମ ଜନ୍ମଦାତ୍ରୀ ମା’ କୁ ଭଲ ପାଇବା ଦେଇଥାଉ, ସେତିକି ସୁରକ୍ଷା ଦବା ଦରକାର, ଯେତିକି ଆମେ ଆମ ମା କୁ ସୁରକ୍ଷା ପ୍ରଦାନ କରୁ। ସେଥିପାଇଁ ଧରିତ୍ରୀ ମା’ କୁ ସୁରକ୍ଷା ପ୍ରଦାନ କରିବା ଆମର ଦାୟିତ୍ଵ। ତେଣୁ ଆଜି ଠୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜନ୍ମଦିନ ଅବସରରେ ମହାତ୍ମାଗାନ୍ଧି ଓ ଲାଳବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଦିନ-ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରିବା ଯେଉଁ ପକ୍ଷ ରେ ଆମେ ଗଛ ଲଗାଇ ଧରିତ୍ରୀ ମା’ ର ସେବା କରିବା ବୋଲି ଶ୍ରୀ ପ୍ରଧାନ କହିଥିଲେ।ଏହି ଅଭିଯାନ ଅଧୀନରେ ସମ୍ବଲପୁର ରେ ପ୍ରାୟ ୪.୫ ଲକ୍ଷ ଗଛ କେବଳ ସମ୍ବଲପୁର ରେ ଲାଗାଯିବା ବୋଲି ସୂଚନା ଦେଇଥିଲେ।

ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ରବିନାରାୟଣ ନାୟକ ଯୋଗଦେଇ କହିଥିଲେ ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର, କର୍ମ ଏକା ତାର ଜୀବନର ମାନ ଦଣ୍ଡ, ଯାହାର ପୁରା ଜୀବନ ରାଷ୍ଟ୍ର ସେବା,ରାଷ୍ଟ୍ର ଭକ୍ତି, ର ସାର୍ଥକ ପ୍ରତୀକ, ଆଧୁନିକ ଭାରତ ର ବିଶ୍ଵକର୍ମା,ରାଜନୈତିକ ତ୍ୟାଗ ଓ ତପସ୍ୟା ର ମୂର୍ତ୍ତିମନ୍ତ ପ୍ରତୀକ ଆମ ସମସ୍ତଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଙ୍କ ୭୫ ତମ ଜନ୍ମଦିନ ଉପାଲକ୍ଷେ ଏକତ୍ରିତ ହୋଇ ବୃକ୍ଷ ରୋପଣ କରିବା, କାରଣ ବୃକ୍ଷ ହି ମାନବ ଜୀବନ ର ପ୍ରକୃତି ର ଆଶୀର୍ବାଦ ବୋଲି କହିଥିଲେ।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାରା ଓଡିଶାରେ ୭୫ ଲକ୍ଷ ବୃକ୍ଷ ରୋପଣ କରାଯିବ,ସେଥିରୁ ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷ ରୁ ୩୮ ଲକ୍ଷ ଗଛ ଲଗାଇବାର ଦାୟିତ୍ଵ ବହନ କରିଛି ବୋଲି ସେ ସୂଚନା ଦେଇଥିଲେ।ପ୍ରତ୍ଯେକ ପଞ୍ଚାୟତରେ ୫୦୦ ବୃକ୍ଷ ରୋପଣ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ।ମା’ ପାଇଁ ଗଛଟିଏ ଅଭିଯାନ କୁ ଆଗକୁ ବଢାଇ ପରିବେଶ ପ୍ରଦୂଷଣ କୁ ରୋକିବା ପାଇଁ ଚେଷ୍ଟା କରିବାକୁ ସେ ଉଦ୍ବୋଧନ ଦେଇଥିଲେ।ସୂଚନା ଅନୁଯାୟୀ ଆଜି ସୈନିକ ସ୍କୁଲ ରେ ୨୫୦୦ ଟି ବୃକ୍ଷ ରୋପଣ କରାଯାଇଛି।