ବିଶିଷ୍ଟ ଫୁଟବଲ ଖେଳାଳୀ ଗୋପୀନାଥ ସେଠିଙ୍କ ବିୟୋଗରେ ଶୋକସଭା

ସମ୍ବଲପୁର :ବୁର୍ଲା ପି ଏମ ଶ୍ରୀ ହାଇସ୍କୁଲ ତଥା ପୂର୍ବତନ ହୀରାକୁଦ ହାଇସ୍କୁଲ, ବୁର୍ଲାର ଛାତ୍ର ବିଶିଷ୍ଟ ଫୁଟବଲ ଖେଳାଳୀ ବୁର୍ଲା ଗୁରୁ ଦ୍ଵାର କଲୋନୀ ନିବାସୀ ଗୋପୀନାଥ ସେଠି କିଛି ଦିନ ହେଲା ଅସୁସ୍ଥ ହୋଇ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।ଗତ୧୬ ତାରିଖ ମଙ୍ଗଳ ବାର ଦିନ ସକାଳୁ ପାଇଖାନାକୁ ଯାଇ ଆଉ ବିଛଣାକୁ ଫେରି ନଥିଲେ ସେଠାରେ ହୃଦ ଘାତରେ ତାଙ୍କର ବିୟୋଗ ଘଟିଥିଲା।ଏହି ଖବର ପାଇ ବୁର୍ଲା ପୁରାତନ ଛାତ୍ର ସଂସଦ ଏକ ଶୋକ ସଭାର ଆୟୋଜନ କରି ଦିବଂଗତ ଆତ୍ମାର ସଦଗତି କାମନା କରି ପ୍ରଭୁଙ୍କୁ ଧ୍ୟାୟୀ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।ପରେ ପରେ ତାଙ୍କର ସ୍ମୃତି ଚଚାରଣ କରି ଗୁଣ ଗାନ କରିଥିଲେ ଓ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଥିଲେ।ସେ ଜଣେ ମେଳାପୀ, ବନ୍ଧୁବତ୍ସଳ,ସ୍ନେହି , ମିଷ୍ଟଭାଷି ସବୁରି ପ୍ରିୟ ଗୋପୀ ଭାଇ ଭାବେ ଖୁବ ଜଣାଶୁଣା।ତାଙ୍କର ବିୟୋଗରେ କେବଳ ପୁରାତନ ଛାତ୍ର ମହଲରେ ନୁହ ସମଗ୍ର ବୁର୍ଲା ସହର ରେଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ପୁରାତନ ଛାତ୍ର ସଂସଦ ବୁର୍ଲାର ଅପୁର ଣୀୟ
କ୍ଷତି ଘଟିଛି ବୋଲି ମତ ପ୍ରକାଶ କରିଥିଲେ।