ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନରେ ଅଞ୍ଜନେୟ ବାଟିକାରେ ସ୍ୱତନ୍ତ୍ର ପୂଜା

ସମ୍ବଲପୁର:ଭାରତର ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ କ୍ଷେତରାଜପୁର ସ୍ଥିତ ପରଦେଶୀପଡାର ଅଞ୍ଜନେୟ ବାଟିକା ହନୁମାନ ମନ୍ଦିରରେ ବିଶେଷ ପୂଜା ଓ ସାମୁହିକ ପ୍ରାର୍ଥନା ଆୟୋଜିତ ହୋଇଥିଲା।
ପରାଗ ଅଗ୍ରୱାଲ, ଦିଲୀପ ଶର୍ମା, ନିରଞ୍ଜନ ଦାସ, ପବନ କର, ମହେଶ ପାଲିୱାଲ ଓ ସପ୍ନା ଯାଦବ ଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କ୍ଷେତରାଜପୁର ଏବଂ ପରଦେଶୀପଡାର ଶତାଧିକ ଜନତା ଉତ୍ସାହପୂର୍ଣ୍ଣ ଭାବରେ ଯୋଗଦେଇଥିଲେ।
ଆୟୋଜକମାନେ ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ, ନିରୋଗ ଓ ଭାରତର ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥିଲେ। ସମାବେଶରେ “ଭାରତ ମାତା କି ଜୟ” ଓ “ମୋଦୀଜୀଙ୍କୁ ଜନ୍ମଦିନର ଅଭିନନ୍ଦନ” ଧ୍ୱନିରେ ପରିବେଶ ପ୍ରନକମ୍ପିତ ହୋଇଥିଲା।କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ପ୍ରସାଦ ଓ ମିଷ୍ଟାର୍ନ୍ନ ବଣ୍ଟନ କରାଯାଇଥିଲା।