ଜିଲ୍ଲା ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନରେ ଦୀର୍ଘାୟୁ ପ୍ରାର୍ଥନା

ସମ୍ବଲପୁର:ଜିଲ୍ଲା ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ଆନୁକୂଲ୍ୟରେ ସମଲେଇ ମନ୍ଦିର ପ୍ରାଙ୍ଗଣ ରେ କଳାକାର ମାନଙ୍କ ଦ୍ୱାରା ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ତମ ଜନ୍ମଦିନ ପାଳନ ଅବସରରେ ତାଙ୍କର ଦୀର୍ଘାୟୁ କାମନା କରି ସାମୁହିକ ଦ୍ବୀପ ପ୍ରଜ୍ବଳନ ଅନୁଷ୍ଠିତ ହୋଇଯାଇଛି | ସମ୍ବଲପୁର ଜିଲ୍ଲା ସଂଯୋଜକ ଗୁରୁ ରଞ୍ଜନ କୁମାର ସାହୁ ଏବଂ ସହ ସଂଯୋଜକ ଡ଼. ମୋହିତ କୁମାର ସ୍ୱାଇଁ ଓ ଗୁରୁ ମହେଶ କୁମାର ପଟେଲ, ଉପଦେଷ୍ଟା ଗୁରୁ ଶଙ୍କର ପ୍ରସାଦ ପ୍ରଧାନ. ଓ ଡ଼. ଶ୍ୟାମ ସୁନ୍ଦର ଧର ଙ୍କ ସହ ବରିଷ୍ଟ ଗୁରୁ ଓ କଳାକାର ଶ୍ରୀ ଦୁର୍ଗା ପ୍ରସାଦ ଦାଶ, ଗୁରୁ ରତନ ପୁଜାହାରୀ, ଶ୍ରୀମତୀ ଦୀପାଳି ଚୌଧୁରୀ, ମମତା ସାହୁ, ପଦ୍ମିନୀ ଦୋରା, ମନୋଜ ପ୍ରଧାନ, ଯୋଗେଶ ନନ୍ଦ, ସୁମିତ କୁମାର ପଧାନ, ରାଜୀବ ମେହେର, ନବୀନ କୁଜୁର, ରୁକ୍ମଣୀ ଦାଶ, ଶ୍ରୀମଣୀ ବାରିକ, ସଂଗୀତା ଭୋଇ, ସ୍ପନ୍ଦନ ବେହେରା, ଅଙ୍କିତା ବହିଦାର, ହିମାଂଶୁ ପ୍ରଧାନ, ସୁଶୀଲ ଦାଶ, ତଥା ଧନ କଉଡ଼ା ବ୍ଲକ, ମାନେଶ୍ଵର, ଜୁଯୋମୁରା ଓ ରେଙ୍ଗାଲି ବ୍ଲକ ର ଅନେକ କଳାକାର ସାମିଲ ହୋଇଥିଲେ |