ଶ୍ରୀ ରାମ ବିଜୟା ଦଶମୀ ମହୋତ୍ସବ ପାଇଁ ଭୂମି ପୂଜନ

ସମ୍ବଲପୁର:ଶୁକ୍ରବାର, ଶୁଭ ସମୟ ପ୍ରାତଃ ୧୦ଟା ୦୫ରେ “ଶ୍ରୀ ରାମ ବିଜୟା ଦଶମୀ ମହୋତ୍ସବ ସମିତି” ପକ୍ଷରୁ ଆଗାମୀ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୦୨ ପର୍ଯ୍ୟନ୍ତ ଅଇଁଠାପାଲି ସ୍ଥିତ ବୀର ବିର୍ସା ମୁଣ୍ଡା ମଇଦାନରେ ଦଶ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ରାମଲୀଳା ଏବଂ ଅକ୍ଟୋବର ୦୨ ତାରିଖ ରେ ରାବଣ ଦହନ କାର୍ଯ୍ୟକ୍ରମ ପାଇଁ ଭୂମି ପୂଜନ ବୈଦିକ ପରମ୍ପରା ଅନୁସାରେ ସମ୍ପନ୍ନ ହୋଇଛି।
ଉକ୍ତ ପବିତ୍ର କାର୍ଯ୍ୟକ୍ରମରେ ପଣ୍ଡିତ ସୁରେନ୍ଦ୍ର କୁମାର ତ୍ରିପାଠୀ ଓ ସମିତିର ଉପଦେଷ୍ଟା ପଣ୍ଡିତ ଅମରନାଥ ମିଶ୍ର ପୂଜା ବିଧି ସମ୍ପାଦନ କରିଥିଲେ।
ଭୂମି ପୂଜନ ସମାରୋହରେ ସମିତିର ସଭାପତି ଶ୍ରୀ ଗିରିଶ ପଟେଲ କର୍ତ୍ତା ଭାବେ ଦାୟିତ୍ଵ ତୁଳାଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ରାଜ୍ୟ ମହିଳା କମିଶନ ର ସଦସ୍ୟ ଶ୍ରୀମତୀ ମୁକ୍ତା ସାହୁ ଯୋଗ ଦେଇଥିଲେ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ସମିତି ର ଉପଦେଷ୍ଟା ମଣ୍ଡଳୀ ର ଶ୍ରୀ ସତ୍ୟନାରାୟଣ ପଣ୍ଡା, ଶ୍ରୀ ପ୍ରଦୀପ କୁମାର ବହିଦାର, ଶ୍ରୀ ଶିମଞ୍ଚଳ ଖଟେଇ, ଶ୍ରୀ କାର୍ତ୍ତିକ ବହିଦାର, ଶ୍ରୀ ପ୍ରଭାତ (ବୁଲୁ) ବିଶ୍ଵାଳ, ଶ୍ରୀ ଦେବରାଜ ଭୂମିଜ୍, ଶ୍ରୀ ପ୍ରସନ୍ନ ପଣ୍ଡା, ଶ୍ରୀ ଅମୂଲ୍ୟ ମିଶ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀ ଶିବ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ଶ୍ରୀ ଗିରିଜା ସାହୁ, କୋଷାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ମିଡ଼ିଆ ପ୍ରଭାରୀ ଶ୍ରୀ ଦେବାଶିଷ ପୁରୋହିତ ଉପସ୍ଥିତ ଥିଲେ। ସମିତି ପକ୍ଷରୁ ଏହି ଧାର୍ମିକ ଓ ସାଂସ୍କୃତିକ ଉତ୍ସବକୁ ସଫଳ କରିବା ପାଇଁ କାର୍ଯ୍ୟକ୍ରମ ର ଶୁଭ ମନାସି ଭଗବାନ ହନୁମାନ ଙ୍କୁ ସୁମରଣା ପୂର୍ବକ ପ୍ରାର୍ଥନା କରି କାର୍ଯ୍ୟକ୍ରମ ସ୍ଥଳୀ ରେ ହନୁମାନ ଧ୍ଵଜା ର ସ୍ଥାପନା କରା ଯାଇଥିଲା। ପୂଜା ବିଧି ପୂର୍ବକ ସମ୍ପାଦନ ହେବା ପରେ ପ୍ରସାଦ ବଣ୍ଟନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମ ଟି ସମିତି ର ମୁଖ୍ୟ ସଂଯୋଜକ ଶ୍ରୀ ସରୋଜ ଘଡାଇ ଙ୍କ ତତ୍ତ୍ଵାବଧାନରେ ଓ ବବଲୁ ଶର୍ମା, ପ୍ରସନ୍ନ ପଣ୍ଡା, ପ୍ରଥମ ପଣ୍ଡା, ଜୟଜୀତ ସାହୁ, ଅନନ୍ତ ଗିରି, ଅନୁପ ବହୁଗଣା, ଓମ୍ କର, ପୱନ୍ ଅଗ୍ରୱାଲ, ରାଜା ବରାଡ ପ୍ରମୁଖ ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସୁଧୀର ବହିଦାର, ଶ୍ରୀମତୀ ଅନ୍ନପୂର୍ଣ୍ଣା ବାରିକ, ସୁନି ପରିଡ଼ା, ପୁଷ୍ପାଞ୍ଜଳି ଜେନା, ଟୁନୁ ପୁରୋହିତ, ସରୋଜ ପୁରୋହିତ, ରୁନୁ ପ୍ରଧାନ, ସବିତା ନନ୍ଦ, ପ୍ରଭାସିନୀ ଦାସ, ଶକୁନ୍ତଳା ମହାପାତ୍ର, ସୁନନ୍ଦା ମେହେର, ମାଧବ ଓରାମ, ପିନ୍ଟୁ ଓରାମ, କମଲଜିତ ସିଂହ, ପ୍ରକାଶ ବାରିକ, ସୁଜିତ୍ ଘୋଷ, କିଶୋର ମେହେର, ସୂର୍ଯ୍ୟ ପ୍ରଧାନ, ସଞ୍ଜୟ ବାଗ, ଖୁସିରାମ ଛତ୍ରୀୟା ଓ ପଵନ୍ ଅଗ୍ରୱାଲଙ୍କ ସହ ସମ୍ବଲପୁର ସହର ର ଶତାଧିକ ରାମ ଭକ୍ତ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଉକ୍ତ ଦଶ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ରାମଲୀଳା ତଥା ୦୨ ଅକ୍ଟୋବର ରେ ଅନୁଷ୍ଠିତ ହେବାକୁ ଥିବା ରାବଣ ଦହନ କାର୍ଯ୍ୟକ୍ରମ ର ଶୁଭ ମନାସି ଭୂମି ପୂଜନ ରେ ଉପସ୍ଥିତ ରହି ପ୍ରାର୍ଥନା କରିଥିଲେ।