Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: କାର୍ଯ୍ୟକ୍ଷମ ହେବ ବରଗଡ଼ କ୍ୟାନ୍ସର ହସ୍ପିଟାଲ

ସମ୍ବଲପୁର:ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବରଗଡ଼ କ୍ୟାନ୍ସର ହସ୍ପିଟାଲ ବୋଲି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭା ପରିସରରେ ୟୁନାଇଟାଡ ଫୋରମ ଫ୍‌ର କ୍ୟାନ୍ସର ହସ୍ପିଟାଲ କମିଟି ମୁଖ୍ୟମନ୍ତ୍ରୀ ଙ୍କୁ ଦେଖାକରି ଏକ ଦାବିପତ୍ର ଦେଇ ଆନୁସାଙ୍ଗିକ ସୁବିଧା ସହ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି । ସରକାର ସମସ୍ତ ସମ୍ଭାବନା ଉପରେ ଆଲୋଚନା କରି ଖୁବ ଶିଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କମିଟିର ସଦସ୍ୟ ମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାନ୍ସର ହସ୍ପିଟାଲରେ କେମୋଥେରାପି ସମ୍ପୂର୍ଣ୍ଣ ବନ୍ଦ ଥିବା ଏବଂ କେମୋଫେରାପି ସକାଶେ ବ୍ୟବହୃତ ହେଉଥିବା ହେମାଟିନିକ ଟ୍ୟାବଲେଟକୁ ରାଜ୍ୟ ସରକାରଙ୍କ ରାଜ୍ୟ ମେଡିକାଲ କର୍ପୋରେସନ୍ ଲିମିଟେଡ ବା ଓଏସ୍‌ଏମ୍‌ସିଏଲ୍ ଦ୍ୱାରା କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ଜରିଆରେ ଯୋଗାଇ ଦିଆଯାଉଥିବାରୁ ତାହା ପର୍ଯ୍ୟାପ୍ତ ପରିମାଣରେ ମକ୍ଟଳରନାହିଁ କିମ୍ବା ଡେରିରେ ମିଳୁଛି ଯାହା କାରଣ ରୁ ରୋଗୀ ହଇରାଣ ହେଉଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ଙ୍କ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ, ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏହା ଉପରେ ଆଜି ହିଁ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ । ଉପସ୍ଥିତ ପ୍ରତିନିଧି ଦଳର ଆବାହକ ପ୍ରଦୀପ ଦେବତା, ମୁଖ୍ୟ ସଂଯୋଜକ କୃଷ୍ଣ ଚନ୍ଦ୍ର ପଣ୍ଡା, ସଂଯୋଜକ ରବି ପଣ୍ଡା, ପ୍ରତାପ ନାୟକ, ଦୀପକ ରଥ, ଭରତ ସାହୁ, ଗୋପାଳ ଶର୍ମା ଏବଂ ଦୀପେଶ ଯୋଶୀ ଏହି ସମୟରେ ଉପସ୍ଥିତ ଥିଲେ।