Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ସମଲେଶ୍ୱରୀ ଧଵଲମୁଖୀ ବେଶରେ ଦେଲେ ଦର୍ଶନ

ସମ୍ବଲପୁର:ପବିତ୍ର ମହାଳୟା ତିଥିରେ ମା ସମଲେଶ୍ୱରୀଙ୍କ ଧବଳମୂଖୀ ବେଶ ରେ ଆଜି ଦର୍ଶନ ଦେଇଛନ୍ତି। ଦର୍ଶନ ପାଇଁ ଟ୍ରଷ୍ଟ ବୋର୍ଡ ଓ ପୂଜକ ମାନଙ୍କର ମିଳିତ ନିଷ୍ପତି କ୍ରମେ ଏ ବର୍ଷ ର ଦର୍ଶନ ସମୟ ନିର୍ଘଣ୍ଟ ସ୍ଥିର କରାଯାଇ ଆଜି ପ୍ରାତଃ ୦୪. ୩୦ ଘଣ୍ଟା ସମୟରେ ମଙ୍ଗଳ ଆଳତି ହୋଇଥିଲା।
ଏହାପରେ ପ୍ରାତଃ ୦୫. ୦୦ ଘଣ୍ଟା ସମୟରୁ ଦର୍ଶନ ଆରମ୍ଭ ହୋଇ ଦିବା ୧୧. ୪୪ ପର୍ଯ୍ୟନ୍ତ ମା ଙ୍କ ମନ୍ଦିର ଖୋଲା ରହିବ।

ଦିନ ୧୧. ୪୫ ରୁ ୧୨. ୩୦ ଘଣ୍ଟା ପର୍ଯ୍ୟନ୍ତ ଅନ୍ନ ଭୋଗ ଲାଗିବ। ଏହି ସମୟରେ ଦର୍ଶନ ବନ୍ଦ ରହିବ।ସେହିପରି ସନ୍ଧ୍ୟା ମହାଆଳତି ପାଇଁ ୭. ୪୫ରୁ ରାତି ୮. ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।ମା ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ଓ ପହଡ଼ ନୀତି ରାତ୍ର ୧୦. ୩୦ରେ
ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।