Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡିଶା ବ୍ରାହ୍ମଣ ସମାଜ ଦ୍ୱାରା ବୈଦିକ ରୀତି ରେ ସାମୁହିକ ତିଳ ତର୍ପଣ

ସମ୍ବଲପୁର:ଆଜି ପବିତ୍ର ମହାଳୟା ଅମାବାସ୍ୟା ଦିବସ ରେ ସକାଳେ ପିତୃ ପୁରୁଷ ଙ୍କ ଧରା ପୃଷ୍ଟରୁ ବିଦାୟ ଅବସରରେ ପିତୃ ପୁରୁଷ ଙ୍କ ଶାନ୍ତି ଏବଂ ତୃପ୍ତି ପାଇଁ ପଶ୍ଚିମ ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ଏକ ସାମୁହିକ ତିଳ ତର୍ପଣ କାର୍ଯ୍ୟକ୍ରମ ସମ୍ପୂର୍ଣ ବୈଦିକ ରୀତି ରେ ସମ୍ପନ୍ନ ହୋଇ ଯାଇଅଛି | ଏହି ଅବସରରେ ଶତାଧିକ ଶ୍ରଦ୍ଧlଲୁ ନିଜ଼ସ୍ୱ ପିତୃ, ମାତୃ କୁଳ ତଥା ଆତ୍ମୀୟ ବନ୍ଧୁ ପରି ଜନ ଙ୍କ ଦିବଗନ୍ତ ପବିତ୍ର ଆତ୍ମl ଙ୍କୁ ତିଳ, ଜବ ଧାନ, କୁଶ, ଏବଂ ଶ୍ୱେତ ପୁଷ୍ପ ଯୁକ୍ତ ଚିତ୍ରୋତ୍ପଳା ର ଜଳ ଅର୍ପଣ କରି ସେମାନଙ୍କ ର ଆଶୀର୍ବାଦ ଭିକ୍ଷା କରି ଥିଲେ l, ପଶ୍ଚିମ ଓଡିଶା ବ୍ରାହ୍ମଣ ସମାଜ ର ମୁଖ୍ୟ ସଂଯୋଜକ ବେଣୁ ଧର ଦାଶ ଙ୍କ ତତ୍ୱା ବଧାନ ରେ ବୋଧରlମ ଦାଶ ଓ ସୌରଭ ରଞ୍ଜନ ମହାପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ! ମହାନଦୀ କୁଳ ମାରୱାଡି ପଡା ଘାଟ ରେ ଅନୁଷ୍ଠିତ ଏହି ବୈଦିକ କାର୍ଯ୍ୟକ୍ରମ ରେ ପଣ୍ଡିତ ମହା ସଭା ର ସଭାପତି ରବି ନାରୟଣ ପଣ୍ଡା, ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର, ପଣ୍ଡିତ କାଳିଦାସ ପଣ୍ଡା ପୌରହିତ୍ୟ କରିଥିଲେ lବରିଷ୍ଠ ସାମ୍ବାଦିକ ସୁବାଷ ପାଣିଗ୍ରାହୀ, ସାମ୍ବାଦିକ ଦlଶରଥୀ ବେହେରା ଓ ବୀରେନ୍ଦ୍ର ପାଣିଗ୍ରାହୀ, ଶିକ୍ଷାବିତ ରଘୁନାଥ ମିଶ୍ର ସାହିତ୍ୟିକ ଇଶ୍ୱର ପ୍ରସାଦ ନନ୍ଦ, କମଳ ପ୍ରସାଦ ମିଶ୍ର ନାଟ୍ୟ କାର ପ୍ରଦୀପ ପଣ୍ଡା ଗୋପାଳ ପରୁଷେଠ, ପ୍ରସନ୍ନ କର,ରାଜୀବ ଶତପଥି, ଆର୍ତତ୍ରାଣ ପଣ୍ଡା, ରାଜ କିଶୋର ପୋଦlର, ସଂଯୁକ୍ତା ହୋତା, ରାଜେଶ ମଲ୍ଲିକ,ଯୁଗଳ କିଶୋର ନନ୍ଦ, ପଶ୍ଚିମ ଓଡିଶା ବ୍ରାହ୍ମଣ ସମାଜ ଆବାହକ ମଣ୍ଡଳୀ ର ବିଷ୍ଣୁ ଗୁରୁ ଶକୁନ୍ତଳା ମହାପାତ୍ର, ପ୍ରଦୀପ ସୁପକାର, ସଞ୍ଜୀବ ଷଡ଼ଙ୍ଗୀ ବସନ୍ତ ମିଶ୍ର, ଅରବିନ୍ଦ ନାୟକ, ରବି ପଣ୍ଡା ସୌରଭ ରଞ୍ଜନ ମହାପାତ୍ର ପ୍ରମୁଖ ଙ୍କ ସମେତ ସମାଜ ର ଜାତି,ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଶତାଧିକ ଶ୍ରଦ୍ଧାଲୁ ଯୋଗ ଦେଇ ଥିଲେ lଏହି ଅବସରରେ ସମ୍ବଲପୁର ର ବିଭିନ୍ନ ସ୍ଥାନ ରେ ତିଳ ତର୍ପଣ ଅନୁଷ୍ଠିତ ହୋଇ ଯାଇ ଅଛି ପବିତ୍ର ମହାଳୟା
ଉପଲକ୍ଷେ କୁଳୁଥିକାନୀ ସ୍ଥିତ ବ୍ରାହ୍ମଣ ସମାଜ ର ଅବାହକ ଅରବିନ୍ଦ ନାୟକ ଓ ରବି ପଣ୍ଡା ପରିଚାଳନା କରି ଥିବା ବେଳେ ଶଙ୍କର ମଠ ମନ୍ଦିର ନଦୀ ଘାଟ ରେ ଅନୁଷ୍ଠିତ ତିଳ ତର୍ପଣ କାର୍ଯ୍ୟକ୍ରମ ଆବା ହକ ପଣ୍ଡିତ ସୁବ୍ରତ ପୁରୋହିତ, ରାଜକିଶୋର ପଣ୍ଡା ପରିଚାଳନା କରି ଥିଲେ।