Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇ.ଆଇ.ଏମ୍ ସମ୍ବଲପୁରରେ ବି.ଏସ. ପ୍ରୋଗ୍ରାମର ପ୍ରଥମ ବ୍ୟାଚ୍ ର ଶୁଭାରମ୍ଭ

ସମ୍ବଲପୁର: ଭାରତର ଅଗ୍ରଣୀ ମ୍ୟାନେଜମେଂଟ୍ ଅନୁଷ୍ଠାନ, ଆଇଆଇଏମ ସମ୍ବଲପୁର ପକ୍ଷରୁ ନୂତନ ଭାବରେ ଆରମ୍ଭ ହୋଇଥିବା ଦୁଇ ନୂତନ ଅଣ୍ଡରଗ୍ରାଜୁଏଟ୍ ପ୍ରୋଗ୍ରାମ୍, “ବ୍ୟାଚେଲର୍ ଅଫ୍ ସାଇନ୍ସ ଇନ୍ ମ୍ୟାନେଜମେଣ୍ଟ ଏବଂ ପବ୍ଲିକ୍ ପଲିସି” ଏବଂ “ବ୍ୟାଚେଲର୍ ଅଫ୍ ସାଇନ୍ସ ଇନ୍ ଡାଟା ସାଇନ୍ସ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ” ପ୍ରୋଗ୍ରାମର ପ୍ରଥମ ବ୍ୟାଚ୍ ର ଶୁଭାରମ୍ଭ ହୋଇଯାଇଛି। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ସହ ସମନ୍ୱୟ ରଖି, ଆଇ.ଆଇ.ଏମ୍ ସମ୍ବଲପୁର୍ ଏହି ଦୁଇ ନୂତନ ସ୍ନାତକ ପାଠ୍ୟକ୍ରମକୁ ଆରମ୍ଭ କରିଛି।

ପ୍ରଥମ ବ୍ୟାଚରେ ମୋଟ ୧୭୮ ଛାତ୍ର-ଛାତ୍ରୀ ନାମ ଲେଖାଇଛନ୍ତି। ଏହା ଭିତରୁ ଡାଟା ସାଇନ୍ସ ଏବଂ ଏ.ଆଇ. ପ୍ରୋଗ୍ରାମ ରେ ୮୮ ଜଣ ଏବଂ ମ୍ୟାନେଜମେଣ୍ଟ ଏବଂ ପବ୍ଲିକ୍ ପଲିସି ପ୍ରୋଗ୍ରାମରେ ୯୦ ଜଣ ଛାତ୍ର-ଛାତ୍ରୀ ରହିଛନ୍ତି । ଛାତ୍ରଛାତ୍ରୀମାନେ ଭାରତର ୨୦ରୁ ଅଧିକ ରାଜ୍ୟରୁ ଆସିଛନ୍ତି, ଯେଉଁଥିରେ ବିହାର, ଓଡ଼ିଶା, ଆସାମ୍, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ ଏବଂ ଲକ୍ଷଦ୍ୱୀପ୍ ସମ୍ମିଳିତ ରହିଛି। ବ୍ୟାଚେଲର୍ ଅଫ୍ ସାଇନ୍ସ ଇନ୍ ଡାଟା ସାଇନ୍ସ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ” ପ୍ରୋଗ୍ରାମର ଜେଇଇ (ମେନ୍) ର ସ୍କୋର ଆଧାରରେ ନାମ ଲେଖାଯାଇଛି ଯାହାର ସର୍ବୋଚ୍ଚ ରାଙ୍କ ୪୪, ୬୪୫ । ସେହିପରି ମ୍ୟାନେଜମେଣ୍ଟ ଏବଂ ପବ୍ଲିକ୍ ପଲିସି ପ୍ରୋଗ୍ରାମ୍ ପାଇଁ ସିୟୁଇଟି (ୟୁଜି) ୨୦୨୫ ପରିକ୍ଷା ମାଧ୍ୟାମରେ ଚୟନ କରାଯାଇଛି ଯେଉଁଥିରେ ସର୍ବୋଚ୍ଚ ପର୍ସେଣ୍ଟାଇଲ୍ ୯୯.୮୦ ପ୍ରତିଶତ ରହିଛି ।

ଉଦ୍ଘାଟନୀ ଅଭିଭାଷଣରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି “ଏହା ଆଇ.ଆଇ.ଏମ୍ ସମ୍ବଲପୁରର ପାଇଁ ଗର୍ବ ଏବଂ ଗୌରବର ବିଷୟ ଅଟେ । ଆମ ଅନଷ୍ଠାନ ଦ୍ବାରା ନିଆଯାଇଥିବା ଏହା ଏକ ଐତିହାସିକ ପଦକ୍ଷେପ । ବି.ଏସ୍ ପ୍ରୋଗ୍ରାମ୍ ଆରମ୍ଭ କରି, ଆମେ ଯୁବ ମାନଙ୍କୁ ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ କରୁଛୁ। ଏହି ପ୍ରୋଗ୍ରାମ୍ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମାଧ୍ୟମରେ ଅକ୍ଷୟ ମୂଲ୍ୟ, ନବୀନତା ଏବଂ ଜାତୀୟ ଉନ୍ନତି ପ୍ରତି ସଂଯମ ଶିକ୍ଷା ଦେବ। ସଙ୍ଗେ ସଙ୍ଗେ ନୂଆ ଭାରତର ନେତୃତ୍ୱ ନେବା ପାଇଁ କ୍ଷମତା ପ୍ରଦାନ କରିବ। ପ୍ରଫେସର ଜୟସ୍ୱାଲ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ ଆହୁରି କହିଲେ, “ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ବିକାଶ ପାଇଁ ଚାରି ପ୍ରକାରର ବୁଦ୍ଧିକୁ ବିକାଶ କରିବା ଆବଶ୍ୟକ। ପ୍ରଥମଟି ହେଲା ‘ଆଇକ୍ୟୁ’ ଯାହା ବୁଦ୍ଧିକୁ ତୀବ୍ର କରେ। ଦ୍ୱିତୀୟଟି ହେଲା ‘ଇକ୍ୟୁ”, ଯାହା ତାଙ୍କୁ ଭାବନାମୂଳକ ନିୟନ୍ତ୍ରଣ କରିବାର ଦକ୍ଷତା ଶିଖାଏ। ତୃତୀୟଟି ‘ପିକ୍ୟୁ’, ଯାହା ସୁସ୍ଥ ଶାରୀରିକ ସ୍ୱାସ୍ଥ୍ୟ, ଶାରୀରିକ ଫିଟ୍ନେସ୍ ଏବଂ ପ୍ରାକୃତିକ ଚିକିତ୍ସାକୁ ପ୍ରାଥମିକତା ଦେବାର ଗୁରୁତ୍ୱକୁ ଜୋର ଦିଏ। ଏବଂ ଶେଷରେ,ଏସକ୍ୟୁ ଆଧ୍ୟାତ୍ମିକ କ୍ଷମତା, ଯାହା ତାଙ୍କୁ ଜୀବନର ଗଭୀର ଉଦ୍ଦେଶ୍ୟ ଉପରେ ଚିନ୍ତା କରିବାରେ ସାହାଯ୍ୟ କରେ। ଏହି ସବୁ ଦିଗରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଗୁରତ୍ବ ଦେବାର ଜରୁରୀ ବୋଲି କହିଛନ୍ତି ।

ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରତନେଶ ଝା, କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ, ୟୁଏନ୍ ଗ୍ଲୋବାଲ୍ କମ୍ପ୍ୟାକ୍ଟ ନେଟୱର୍କ ଇଣ୍ଡିଆ, କହିଥିଲେ ଯେ, ଏନ୍ଆଇଆରଏଫ୍ ୨୦୨୫ରେ ଉତ୍କୃଷ୍ଟ ରାଙ୍କିଂ ପାଇବା ସହ ଏବଂ ପ୍ରଥମ ବି.ଏସ୍ ପ୍ରୋଗ୍ରାମ୍ ବ୍ୟାଚକୁ ସଫଳତାର ଉଦ୍ଘାଟନ କରିବାରେ “ଆଇ.ଆଇ.ଏମ୍ ସମ୍ବଲପୁର୍ ସଫଳ ହୋଇଛି। ଏହି ପାଠ୍ୟକ୍ରମ ଭାରତର ଯବକ ମାନଙ୍କୁ ନୂଆ ରାସ୍ତା ଦେଖାଇବ । ଏହା ପ୍ରୋଗ୍ରାମ ଦ୍ବାରା ଛାତ୍ରଛାତ୍ରୀ ମାନେ ଆତ୍ମନିର୍ଭର ହେବା ସହ ନୂତନ ଭାରତର ଲିଡରଶିପ୍ କୌଶଳ ବୃ୍ଦ୍ଧି କରିବା ଦିଗରେ ମଧ୍ୟ ଶିକ୍ଷା ପାଇବେ । ଏହାସହ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ବିକାଶ ପାଇଁ ଶିକ୍ଷା ଉପରେ ଧ୍ୟାନ ଦେବା ସହ ଭାବନାମୂଳକ ନିୟନ୍ତ୍ରଣ କରିବାର ଦକ୍ଷତା, ଅଧ୍ୟାତ୍ମିକ ଶିକ୍ଷା, ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ରତନେଶ ଝା କହିଛନ୍ତି” ।
ଏହି ଅଣ୍ଡରଗ୍ରାଜୁଏଟ୍ ପ୍ରୋଗ୍ରାମ୍ ଆରମ୍ଭ କରିବାରେ ଆଇ.ଆଇ.ଏମ୍ ସମ୍ବଲପୁର୍ ଦେଶର ପ୍ରଥମ ଆଇଆଇଏମ ଯାହା ଆଇଆଇଟି ଜେଇଇ ମେନ ଏବଂ ସିୟୁଇଟି ପରିକ୍ଷା ଆଧାରରେ ଛାତ୍ରଛାତ୍ରୀଙ୍କୁ ନାମଲେଖାଇବାରେ ସୁଯୋଗ ପ୍ରଦାନ କରୁଛି ।

ଚଳିତ ବର୍ଷ ଆଇ.ଆଇ.ଏମ୍ ସମ୍ବଲପୁର୍ ଏନ୍ଆଇଆରଏଫ୍ ୨୦୨୫ ରାଙ୍କି ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛି । ଏକା ଥରକେ ୧୬ ଟି ସ୍ଥାନ ଉପରକୁ ଗତି କରି ବର୍ତ୍ତମାନ ଦେଶର ଶ୍ରେଷ୍ଠ ୩୫ ପ୍ରବନ୍ଧନ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ସ୍ଥାନ ପାଇଛି । ଏହି ସଫଳତା ପାଇଁ ରଣନୀତିକ ପଦକ୍ଷେପ ଓ କୌଶଳ ଉପରେ ଆଇ.ଆଇ.ଏମ୍ ସମ୍ବଲପୁରର ପ୍ରୋଫେସର. ସୌମ୍ୟ ଜି. ଦେବ ଆଲୋଚନା କରିଥିଲେ ।

ପ୍ରୋଫେସର ଦିବାହାର ଏସ. ନାଦର ଏବଂ ପ୍ରୋଫେସର ରୋହିତ ଗୁପ୍ତା ପାଠ୍ୟାକ୍ରମର ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସେହିପରି କାର‌୍ୟ୍ୟକ୍ରମରେ ପ୍ରୋଫେସର ଦିପ୍ତୀ ରଂଜନ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଏବଂ ପ୍ରୋଫେସର ଦିବାହାର ଏସ. ନାଦର ଧନ୍ୟବାଦ ଅର୍ପଣ କରିଥିଲେ ।