Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦତୋଳା ଦୁର୍ଗାପୂଜା କମିଟିର ମହାଳୟା ପୂଜା,ମାଁ ଭୁବନେଶ୍ୱରୀ ଙ୍କର ମୂର୍ତ୍ତି ତିଆରିରେ ହେଲା ଖଡ଼ି ଛୁଆଁ,ହନୁମାନ ଝଣ୍ଡା ସ୍ଥାପନା

ସମ୍ବଲପୁର:ସମ୍ବଲପୁର ସହରରେ ଗୋବିନ୍ଦତୋଳା ଦୁର୍ଗାପୂଜା ର ଏକ ବିଶେଷ ଆକର୍ଷଣ ରହିଛି l ଆଜିକୁ ୫୭ ବର୍ଷ ହେଲାପରେ ବି ଦୁର୍ଗାପୂଜା ପଦ୍ଧତି ରେ କୌଣସି ତ୍ରୁଟି ବିଚ୍ୟୁତି ହୋଇନାହିଁ।ପବିତ୍ର ମହାଳୟା ଦିନ ଗୋବିନ୍ଦତୋଳା ଦୁର୍ଗାପୂଜା ର ଏକ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ।ମହାଳୟା ଦିନ ଶ୍ରୀଶ୍ରୀ ବୀର ବଜରଙ୍ଗ ହନୁମାନ ଜୀ ଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ।
ପଣ୍ଡିତ ଜଗଦୀଶ ପ୍ରସାଦ ଦାସ ଙ୍କର ତତ୍ୱାବଧାନ ରେ ଅନୁଷ୍ଠିତ ହେଇ ପୂଜା ହେଲା ପରେ ହନୁମାନ ଝଣ୍ଡା କୁ ସ୍ଥାପନା କରାଯାଇଥିଲା।ଏଥି ସହ ଖଡ଼ି ଛୁଆଁ ଅନୁଷ୍ଠାନ ମଧ୍ୟ କରାଯାଇଥିଲା।ହନୁମାନ ମନ୍ଦିରରେ ପୂଜା ହେଲାପରେ ଦୁର୍ଗାପୂଜା ପାଇଁ ନିର୍ମାଣ ହେଉଥିବା ଭୁବନେଶ୍ୱରୀ ମୂର୍ତ୍ତି ମାନଙ୍କରେ ଖଡ଼ି ଛୁଆଁ ପର୍ବ ଅନୁଷ୍ଠିତ ହୋଇଛି।ଚଳିତ ବର୍ଷ ପାଇଁ ହୋଇଥିବା କର୍ତ୍ତା ଦାଶରଥି ପଣ୍ଡା ଙ୍କର ସହ ପୂଜା କମିଟି ର ଦୀପକ ପଣ୍ଡା, ଗୌରୀଦାସ ପଣ୍ଡା, ପ୍ରଦୀପ ପାଢ଼ୀ,ଶ୍ରୀକାନ୍ତ ପଣ୍ଡା,ରଂଜିତ ରଥ, ସୂର୍ଯ୍ୟ ପାଣିଗ୍ରାହୀ,ହେମନ୍ତ ପଣ୍ଡା, ଅଜୟ ସାହୁ, ପ୍ରକାଶ ପଣ୍ଡା, ପ୍ରତୀକ ପଣ୍ଡା, ଟୁଲୁ ବଡ଼ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।