Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ରେଙ୍ଗାଲି:ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରଠାରେ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ସ୍ବସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ରେଙ୍ଗାଲି ଜିଲ୍ଲା ପରିଷଦ ସଦସ୍ଯ ଚୋଳଶ୍ରୀ ମହାନନ୍ଦ,ଲଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧୀକାରୀ ଡାକ୍ତର ଆଶିଷ ମାଝୀ, ରେଙ୍ଗାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭମ୍ ସିଂ, ଫାର୍ମାସିଷ୍ଟ ସୁରେନ୍ଦ୍ର ମୋହନ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରି ଥିଲେ l ଅଭିଯାନରେ ରୋଗ ଚିହ୍ନଟ, ଔଷଧ ବଣ୍ଟନ, ଡାକ୍ତରୀ ପରାମର୍ଶ କରାଯାଉଛି । ରେଙ୍ଗାଲି ତଥା ପଡୋଶୀ ଝାରସୁଗୁଡା ଜିଲ୍ଲା ତିଲିଆ ପଂଚାୟତର ମହିଳାମାନେ କାର୍ଯ୍ଯକ୍ରମରେ ଯୋଗ ଦେଇ ଡାକ୍ତରୀ ପରାମର୍ଶ ନେଇଛନ୍ତି । ଖାସ କରି ମହିଳାମାନେ ସୁସ୍ଥ ରହିଲେ ପୁରା ପରିବାର ସୁସ୍ଥ ରହିବ ବୋଲି ମହିଳାମାନେ ମତ ବ୍ଯକ୍ତ କରିବା ସହ ରାଜ୍ଯ ତଥା କେନ୍ଦ୍ର ସରକାରଙ୍କୁ ଧନ୍ଯବାଦ ଦେଇଛନ୍ତି।