Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଥିତଯଶା ସାହିତ୍ୟ ସାଧକ,ପ୍ରଖ୍ୟାତ ଗୀତିକାର, ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ସୃଜନୀର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର:ରବିବାର ସନ୍ଧ୍ୟାରେ ସୃଜନୀ ପରିବାର,ଚେନ୍ନାଇ ଆନୁକୂଲ୍ୟରେ ପ୍ରଥିତଯଶା ସାହିତ୍ୟ ସାଧକ,ପ୍ରଖ୍ୟାତ ଗୀତିକାର, ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ସମର୍ପିତ ସ୍ମୃତି-ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ “ପ୍ରଣମ୍ୟ ପଦ୍ମଶ୍ରୀ ବିନୋଦ ପଶାୟତ” ଦେଶ ତଥା ବିଦେଶର ବହୁ ବରେଣ୍ୟ ଅତିଥି ତଥା ଆଲୋଚକଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି I ପୁଣ୍ୟ ଅବସରରେ ମହାନ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ବିନୋଦ ପଶାୟତ ଙ୍କ ଅମ୍ଲାନ କୃତି ପ୍ରତି ସୃଜନୀ ପରିବାରର ସମସ୍ତ ସଦସ୍ୟ ଭକ୍ତିପୂତ ସମ୍ମାନ ଜଣାଇବା ସହ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I

ଭବ୍ୟ ସଭାରେ ଚଳଚ୍ଚିତ୍ର ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ତଥା ନାଟ୍ୟ ଭୂଷଣ ଉପାଧି ପ୍ରାପ୍ତ ଶ୍ରୀଯୁକ୍ତ ଜଗଦାନନ୍ଦ ଛୁରିଆ,ସଂସ୍କୃତି ଗବେଷକ କଳାଶ୍ରୀଭୂଷଣ କୁଶ କୁମାର ମିଶ୍ର,ଅଧ୍ୟାପିକା ମନ୍ଦାକିନୀ ଶତପଥୀ,ସାହିତ୍ୟିକା ସୁଶ୍ରୀ ଅଞ୍ଜଳିପ୍ରଭା ପଟ୍ଟନାୟକ,ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ପ୍ରେମ ସାଗର ଦେହେରିଆ,ସାହିତ୍ୟିକ ତଥା ଗବେଷକ ଶ୍ରୀଯୁକ୍ତ ସପନ ମିଶ୍ର,ସାହିତ୍ୟିକ ତଥା ଗବେଷକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ,ସାମ୍ବାଦିକ ତଥା ସାହିତ୍ୟିକ ଡକ୍ଟର ରାଜାରାମ ଷଡ଼ଙ୍ଗୀ ଏବଂ ଗବେଷକ ତଥା ଲିପିତତ୍ତ୍ୱବିତ ଶ୍ରୀଯୁକ୍ତ କୈବଲ୍ୟ କୁମାର ମିଶ୍ର ଆଦି ଉପସ୍ଥିତ ରହି ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ଜୀବନି ସହ ସାହିତ୍ୟ ସାଧନା ,ସାହିତ୍ୟ କୃତ୍ତି ସମୂହ ପ୍ରସଙ୍ଗରେ ନିଜସ୍ୱ ଅଭିଭାଷଣରେ ବ୍ୟକ୍ତ କରିବା ସହ ଦିବଂଗତ ମହାନ ସାରସ୍ୱତ ସ୍ରଷ୍ଟାଙ୍କୁ ଭାବପୂର୍ଣ୍ଣ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I

ସୃଜନୀ ପରିବାର ମୁଖ୍ୟ ଉପଦେଷ୍ଟା ତଥା ଅବସରପ୍ରାପ୍ତ (ଆଇ ଏଫ୍ ଏସ୍ ) ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅଗ୍ରସର ହୋଇଥିଲା I ସାରସ୍ୱତ ସାଧିକା ତଥା ସୃଜନୀ ପରିବାରର ଉପଦେଷ୍ଟା ଡକ୍ଟର ବାସନ୍ତୀ ମହାନ୍ତି ,ପ୍ରଫେସର୍ ଗୋଦାବରୀଶ ମିଶ୍ର,ପ୍ରଫେସର୍ ରାଧାନାଥ ବେହେରା ଏବଂ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପୁତ୍ର ବଧୂ ଶ୍ରୀମତୀ ମୋହିନୀ ପଶାୟତ ଓ ସମସ୍ତ ପରିବାର ବର୍ଗ ସଭାର ବରେଣ୍ୟ ବକ୍ତା ବୃନ୍ଦ ରୂପେ ଯୋଗ ଦେଇ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ଶିକ୍ଷା,ସାହିତ୍ୟ ସାଧନା ତଥା ସଂଗୀତ ଓ ନାଟକ ପ୍ରତି ଅମ୍ଲାନ ଅବଦାନ ପ୍ରସଙ୍ଗରେ ସ୍ମୃତି ଚାରଣ କରିବା ସହ ବିନୀତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ I

ସୃଜନୀ ପରିବାରର ସଂପାଦକ ଶ୍ରୀଯୁକ୍ତ ଅଶୋକ ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସୃଜନୀ ପରିବାରର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ତଥା ସାମ୍ବାଦିକ କୈବଲ୍ୟ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ସୁଧୀ ତଥା ବିଦ୍ୱାନଙ୍କ ଭବ୍ୟ ଉପସ୍ଥିତି ସଭାକୁ ମହିମା ମଣ୍ଡିତ କରିଥିଲା I ଆକାଶବାଣୀ ସ୍ୱୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ଶ୍ରୀମାନ ନାରାୟଣ ଦଣ୍ଡସେନା,ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର , ଶ୍ରୀମତୀ କୁନୁ ଦେହେରୀ ଏବଂ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସିନ୍ଧରୀଆ ଆଦି ସଭାରେ ଉପସ୍ଥିତ ରହି ପ୍ରସିଦ୍ଧ ଗୀତିକାର ବିନୋଦ ପଶାୟତଙ୍କ ଦ୍ୱାରା ଲିଖିତ ଗୀତକୁ ସଂଗୀତ ପରିବେଷଣରେ ସଭା ସଂଗୀତମୟ ହେବା ସହ ଉପସ୍ଥିତ ସମସ୍ତ ଶ୍ରୋତା ଆନନ୍ଦିତ କରିଥିଲେ I ସଭାର ସଂଯୋଜିକା ଶ୍ରୀମତୀ ସୁମତି ମୁଣ୍ଡ ଏବଂ ଉପସ୍ଥାପକ ଶ୍ରୀ ରମେଶ ଚନ୍ଦ୍ର ପସାଏତ୍ ଉଭୟେ ସଭାକାର୍ଯ୍ୟ ସୁଚାରୁ ରୂପର ପରିଚାଳନା କରିଥିଲେ I ଶେଷରେ ସୃଜନୀର ସମ୍ପାଦକ ଅଶୋକ ସାମନ୍ତ ଙ୍କ ଦ୍ୱାରା ଧନ୍ୟବାଦାର୍ପଣ ସହ ସଭା ସାଙ୍ଗ ହୋଇଥିଲା।

More Stories