Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳ ଉପନିର୍ଦ୍ଦେଶକଙ୍କ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ

ସମ୍ବଲପୁର:ସମ୍ବଲପୁର ସ୍ଥିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଉତ୍ତରାଞ୍ଚଳ ଉପନିର୍ଦ୍ଦେଶକ କଲ୍ଯାଣୀ ଦାଶ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। କାର୍ଯ୍ୟାଳୟରେ ଉପସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପନିର୍ଦ୍ଦେଶକ ଙ୍କୁ ସ୍ଵାଗତ ଜଣାଇଥିଲେ।ଏହାପରେ ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ର ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିବା ସହ ବିଭାଗ ର ସମ୍ମାନ ବୃଦ୍ଧି କରାଇବା ନିମନ୍ତେ ପ୍ରତ୍ଯେକ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟାଳୟ ର ବିଭିନ୍ନ ନଥି ଓ ରେଜିଷ୍ଟର ତନଖି କରିବା ସହ କାର୍ଯ୍ୟାଳୟ ର ସମସ୍ତ କାର୍ଯ୍ୟ ସମୟାନୁବର୍ତ୍ତିତା ଅବଲମ୍ବନ ପୂର୍ବକ ସମ୍ପନ୍ନ କରିବା ସକାଶେ ପରାମର୍ଶ ଦେଇଥିଲେ। ଏହି ଅବସର ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୁକ୍ତା କୁଲୁ, ପ୍ରୋଯେକ୍କ୍ସିୟୋନିଷ୍ଟ ଶ୍ରୀ ହାରାଧନ ମେଣ୍ଡଲି, କ୍ଲର୍କ କମ ଲାଇବ୍ରେରିୟାନ ନଗେନ ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories