Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ଏନ୍ ଏସ୍ ଏସ୍ ପ୍ରତିଷ୍ଠା ଦିବସ ପାଳନ

ସମ୍ବଲପୁର :ଯୁଯୋମୁରା ବ୍ଲକ ମହୁଲପାଲି ସ୍ଥିତ ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟରେ ଏନ୍ ଏସ୍ ଏସ୍ ପ୍ରତିଷ୍ଠା ଦିବସ ଅବସରରେ ବୃକ୍ଷରୋପଣ ସହ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଗିରିଶ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ଗୋଷ୍ଠୀ ସେବା ମାଧ୍ୟମରେ ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ସ୍ଵେଚ୍ଛାସେବୀମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ନୃତ୍ୟ ,ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା କୃତିପ୍ରତିଯୋଗୀଙ୍କୁ ମେଡାଲ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ଜାତୀୟ ସହଂତି ଶିବିରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ଵ କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ତିନିଜଣ ସ୍ଵେଚ୍ଛାସେବୀ ରାଜେସ୍ୱରୀ ପ୍ରଧାନ, ଜୟନ୍ତୀ କିଲେଇ ଓ ମୀନା ବିଂଜାଲ୍ ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ପଧାନ ଉକ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍ଵେଚ୍ଛାସେବୀ ମାନେ ବୃକ୍ଷରୋପଣ କରିଥିଲେ ।