Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିତ୍ରକଳା ପ୍ରଦର୍ଶନୀ ଆବହନି ଉଦଘାଟିତ

ସମ୍ବଲପୁର:ସମ୍ବଲପୁର ର ପ୍ରାୟ ୬୪ ଜଣ ତରୁଣ ପ୍ରବୀଣ ଚିତ୍ରଶିଳ୍ପୀଙ୍କୁ ନେଇ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଆବହନି ଆଜି ଉଦଘାଟିତ ହୋଯାଇଛି । ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ବିଦ୍ୟାଳୟର ଆର୍ଟ ଗ୍ୟାଲେରୀ ର ସଂଯୋଜକ କୁଲଦୀପ ବର୍ମାଙ୍କ ସଂଯୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶ୍ଵବିଦ୍ୟାଳୟ ର ଉପକୁଳ ସଚିବ ଡକ୍ଟର ଉମା ଚରଣ ପତି ,ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାଶ,ଚିତ୍ରଶିଳ୍ପୀ ଏବଂ କଳା ପ୍ରଶିକ୍ଷିକା ବନ୍ଦନା ପଣ୍ଡା, ସମ୍ୱଲପୁର କଳା ଏକାଡେ଼ମୀ ର ଅଧ୍ୟକ୍ଷ ସଞ୍ଜୟ ସାହୁ ଏବଂ ଚିତ୍ରଶିଳ୍ପୀ ପ୍ରଶାନ୍ତ ମାଝି ଯୋଗଦାନ କରିଥିଲେ। ସଭା କାର୍ଯ୍ୟକୁ ଜ୍ୟୋତିରାଦିତ୍ୟ ମହାନ୍ତି ପରିଚାଳନା କରିଥିଲେ l ଏହି ପ୍ରଦର୍ଶନୀରେ ଚିତ୍ରଶିଳ୍ପୀ ପ୍ରଶାନ୍ତ ମାଝୀ, ସଞ୍ଜୟ ସାହୁ,ପବିତ୍ର ବେରିହା, ସୁମନ ପାଲ୍, ଯତୀନ ପାଢ଼ୀ, ଅଞ୍ଜନ ରେ, ନମ୍ରତା ନାୟକ, ପ୍ରେରଣା ସାମନ୍ତ, ଜିତେନ୍ଦ୍ରିୟ ବେହେରା, ପୂଜା ଜଗଦଲା, ସିଦ୍ଧି ସମୃଦ୍ଧି ପଣ୍ଡା, ସ୍ନିଗଧା ପଣ୍ଡା, ମହମ୍ମଦ କାଶୀମ , ବନ୍ଦନା ସାହୁ, ଦେ ବେନ୍ଦ୍ର ସାହୁ, ହେମପ୍ରଭା ଜଗଦଲା , ସୁନୀଲ ବଗର୍ତ୍ତୀ, ରଚନା ସରାଫ, ଅନୁଶୃତା ପାଣିଗ୍ରାହୀ, ଶିବାନୀ ଭୋଇ, ଅପର୍ଣ୍ଣା ପଣ୍ଡା, ନଳିନୀ ମିଶ୍ର, ଜୟଶ୍ରୀ ନାଥ, ଅଂଶୁ କୁମାର ବାଉରୀ, ଜ୍ୟୋର୍ତିରାଦିତ୍ୟ ମହାନ୍ତି, ଆକୃତି ଦାସ, ରାଜେଶ ବଢାଇ, ଶ୍ରଦ୍ଧା ସୁମନ ସାହୁ, ତନିଶା ପଣ୍ଡା, ଇପ୍‌ସା ପ୍ରିୟଦର୍ଶିନୀ ସାହୁ, ଶିଳ୍ପୀରାମ, ରାଜବିନ୍ଦର୍ କୌର, ସୁମନ୍ ପଟେଲ୍, ରୋଷନି ପଣ୍ଡିତ, ପ୍ରତୀକ ପ୍ରସାଦ, ଦିବ୍ୟାଂଶି ଗୁରୁ, ଲୋକନାଥ ସାହାଣୀ, ଅଭିଷେକ ବିଶ୍ଵାଳ, ଯୁଗଲ କିଶୋର ବାରିକ, ସୁବ୍ରତ ବେହେରା, ବିକାଶ ରଞ୍ଜନ ପୂଜାରୀ, ବନ୍ଦିନୀ ପଣ୍ଡା, ଓମ୍ ଦତ୍ତାତ୍ରେୟ ବଇଠାରୁ, ଖୁସି ସାହା, ଦିପାଳି ସେଠ, ପ୍ରଜ୍ଞା ପରମିତା ପୂଜାରୀ, ଅନୁଷ୍କା ପଣ୍ଡା, ରେଖୀ ପଣ୍ଡିତ,ଆକାଂକ୍ଷା ପୂଜାରୀ, କମଳିନୀ ମହାଲିଂଗ, ପଲ୍ଲବୀ ଶର୍ମା, ଶ୍ରିମୟ ନାୟକ,ଯଜ୍ଞସିନୀ ସାହୁ, ଏକତା ପଣ୍ଡା , ନିତ୍ୟାନନ୍ଦ ପଣ୍ଡା, ବର୍ଷା ରାଣୀ ମହାକୁର, ଭଗବତୀ ସଲମା, ନିତୁ ଶର୍ମା, ପୁରବ ମେହେର, ଇତିଶା ମହାପାତ୍ର, ଅଞ୍ଜନ ପଟ୍ଟନାୟକ, ଥବିର ସିଉଲ୍, କୁଲଦୀପ ବର୍ମା ଏବଂ ବି . ଚିତ୍ତ ସ୍ଵରୂପାଙ୍କ ଚିତ୍ରକଳା ପ୍ରଦର୍ଶୀତ ହୋଇଛି l ଏଠାରେ ସୂଚନଯୋଗ୍ୟଯେ ଆସନ୍ତା ସୋମବାର ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରଦର୍ଶନୀ ଜନ ସାଧରଣଙ୍କ ପାଇଁ ପୂର୍ବାହ୍ନ ୧୧ ଟା ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଖୋଲା ରହିବ l ଏହି ଅବସରରେ ଗତ କାଲି ସମଲେଶ୍ଵରୀ ମନ୍ଦିର ପରିସରରେ ଚିତ୍ରଶିଳ୍ପୀ ମାନଙ୍କ ଏକ କର୍ମଶାଳା ଆୟୋଜିତ ହୋଇଥିବା ବେଳେ ଆସନ୍ତା ରବିବାର ଦିନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ