Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ଖୋଲିବ ଆଉ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ରାଜ୍ୟରେ ଖୋଲିବ ଆଉ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଏ ନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ସଚିବ ସୂଚନା ଦେଇଛନ୍ତି। ଏ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିବା ଜଣାପଡ଼ିଛି। ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବାର କିଛି ସମୟ ପରେ ଏ ନେଇ ଘୋଷଣା କରାଯାଇଛି।

ଏହି ନୂତନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆଡମିଶନ ୨୦୨୩-୨୪ ଏକାଡେମିକ୍ ଅଧିବେଶନରୁ ଆରମ୍ଭ କରାଯିବ। ଏଥିପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ଏହି ନୂତନ ବିଦ୍ୟାଳୟଗୁଡ଼ିକ ଖୋଲିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଅଧିକ ସଂଖ୍ୟକ ସିଟ୍ ଯୋଡି ହେବ ବୋଲି ସଚିବ କହିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଆସନ୍ତା ଏକାଡେମିକ୍ ଅଧିବେଶନରେ ଏହି ବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ ବ୍ୟବସ୍ଥା ନିଶ୍ଚିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଏଓ) ଏବଂ ବିଭାଗର ଅନ୍ୟ ଅଧିକାରୀମାନଙ୍କୁ କୁହାଯାଇଛି।