ଦିବ୍ଯଜୀବନ ସଂଘର ପଶ୍ଚିମ ଓଡ଼ିଶାସ୍ତରୀୟ ଆଧ୍ୟାତ୍ମିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର:ଆଜି ଦିବ୍ଯଜୀବନ ସଂଘ, ସମ୍ବଲପୁର ଶାଖାର ପରିସରରେ ଆସନ୍ତା ଡ଼ିସେମ୍ବର ମାସ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଶ୍ଚିମ ଓଡିଶାସ୍ତରୀୟ ଦିବ୍ଯଜୀବନ ସଂଘର ଆଧ୍ୟାତ୍ମିକ ସମ୍ମିଳନୀ ପାଇଁ ସମନ୍ବୟ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚିଦାନନ୍ଦ ଶାନ୍ତି ଆଶ୍ରମ,ବାଲିଗୁଆଳି, ପୁରୀର ସଭାପତି ଅକ୍ଷୟ କୁମାର ଦାସ ଏବଂ ସଂପାଦକ ଅଦ୍ଵୈତ ପ୍ରସାଦ ବିଶ୍ବାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଦିବ୍ଯଜୀବନ ସଂଘ, ସମ୍ବଲପୁର, ବଲାଙ୍ଗୀର,ବରଗଡ଼, ବୁର୍ଲା ଆଦି ଶାଖାର ସଦସ୍ୟମାନେ ଯୋଗଦାନ କରି ଏହି ସମାବେଶ ଉପରେ ସମୀକ୍ଷା କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ଉଦ୍ୟମ କରିବାକୁ ସ୍ଥିରୀକୃତ ହେଇଥିଲା। ସଭାର ପ୍ରାରମ୍ଭରେ ଦିବ୍ଯଜୀବନ ସଂଘ ସମ୍ବଲପୁର ଶାଖାର ସଭାପତି ତଥା ଆବାହକ ଡକ୍ଟର ମୀନକେତନ ପାଠୀ ସ୍ବାଗତ ସମ୍ଭାଷଣ ଦେବା ସହିତ ସମ୍ମିଳନୀ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ ଏବଂ ସମ୍ବଲପୁର ଶାଖାର ସମ୍ପାଦକ ଆଇନଜୀବି ବିଜୟ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।