Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଳେଇପଡା ରାବଣ ପୋଡ଼ି ଉତ୍ସବ:ସବୁଜ ବାଣ ଓ ବାନର ସେନା ହେବ ଏଥର ମୁଖ୍ୟ ଆକର୍ଷଣ

ସମ୍ବଲପୁର: ସମ୍ବଲପୁର ଦଳେଇପଡା ରାବଣ ପୋଡ଼ି ଉତ୍ସବ ଆସନ୍ତା ୨ ତାରିଖରେ ଆୟୋଜିତ ହେବ। ଏଥିପାଇଁ ଦଳେଇପଡ଼ା ଘାଟରେ ଚଳିତ ବର୍ଷ ୫୦ ଫୁଟର ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି । ଅପରାହ୍ନ ରେ ୧୦୦ ରୁ ଉର୍ଦ୍ଧ୍ବ ବାନର ସେନା ଏକ ବିରାଟ ଶୋଭାଯାତ୍ରା ରେ ସହର ପରିକ୍ରମା କରିବେ । ଚଳିତ ବର୍ଷ ରାବଣ ପୋଡି ମହୋତ୍ସବ ରେ ସମ୍ପୂର୍ଣ୍ଣ ଭାବେ ସବୁଜ ବାଣ ବ୍ୟବହାର କରାଯିବ। ଏହା ପରିବେଶ ପାଇଁ ବେଶ ଅନୁକୂଳ (ଇକୋ ଫେଣ୍ଡଲି) ମଧ୍ଯ ଅଟେ । ସୁରକ୍ଷାକୁ ଦୃଷ୍ଟିରେ ରଖି
ଏସବୁ ବାଣ ରିମୋର୍ଟ ଦ୍ଵାରା ଫୁଟାଇବା ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ରାବଣ ପୋଡ଼ି ରେ ମୋଟ ୧୨ ଲକ୍ଷ ୧୦ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଶୁକ୍ରବାର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଲନୀରେ ଦଳେଇପଡା ରାବଣ ପୋଡ଼ି ଉତ୍ସବ ସଭାପତି ସିଦ୍ଧାର୍ଥ ସାହା ଏହା କହିଥିଲେ । ସେ ଆହୁରି କହିଥିଲେ ଯେ, ଏହି ଦିନ ଅପରାହ୍ନ ୫ ଟାରେ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିବ। ଏହି ଶୋଭାଯାତ୍ରା ଦଳେଇପଡାରୁ ବାହାରି କୁଞ୍ଜେଲ ପଡା, ବାଲିବନ୍ଧା , ରିଙ୍ଗ ରୋଡ ଦେଇ ଦଳେଇପଡା ମହାନଦୀ ଘାଟରେ ପହଁଚିବ। ଏଥିରେ ରାମ, ଲକ୍ଷ୍ମଣ, ହନୁମାନ ସହ ବାନର ସେନା ସାମିଲ ହେବେ । ମୂଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭବେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଓ ଜୀବନ ଚେତନ୍ୟ ମହାରାଜ ପ୍ରାମୂଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଅତିଥି ରାବଣ ଦହନ ଅବସରରେ ଦଳେଇପଡ଼ା ଘାଟରେ ଉପସ୍ଥିତ ରହିବେ। ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ଦେଇଥିବା ଦଳେଇପଡାର କିଛି ବରିଷ୍ଠ କର୍ମକର୍ତ୍ତାଙ୍କୁ ଏହି ଅବସରରେ ସମ୍ମାନିତ ମଧ୍ଯ କରାଯିବ ।ଏହି ସାମ୍ବାଦିକ ସମ୍ମିଳନୀରେ ମଧୁସୂଦନ ମିତ୍ର, ସମରଜିତ୍ ପଟ୍ଟନାୟକ, ଅନୁପ ତରିଆ ଓ ଜ୍ଞାନଦେବ ବାରିକ, ସ୍ଵୟମଜିତ୍ ପଟ୍ଟନାୟକ ଓ ରାହୁଲ ଠାକୁର, ଇନ୍ଦ୍ରଜିତ ଡନସେନା ଓ ବିମଲ ବେରିହା ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ