ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ଆନୁକୂଲ୍ୟରେ ପରିବେଶ ସଚେତନତା ସଭା

ସମ୍ବଲପୁର:ଆଜି ଗୋକୁଳାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ,ବତେମୁରା ଠାରେ ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ଆନୁକୂଲ୍ୟରେ “ବଞ୍ଚିବା ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଅଂଶ ସ୍ବରୂପ ଏକ ପରିବେଶ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମମତା ରାଣୀ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସମାଜର ସଂପାଦକ ପ୍ରଦୀପ କୁମାର ପଣ୍ଡା ତଥା ଅନ୍ୟତମ ସଦସ୍ୟମାନେ ଯଥା: ପ୍ରମୋଦ କୁମାର ପଟ୍ଟନାୟକ,ତାପସ କୁମାର ଦାସ, ଚିତ୍ତରଞ୍ଜନ ଦାସ, ଅବସରପ୍ରାପ୍ତ ଶିକ୍ଷକ ହରି ନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷରୋପଣ ତଥା ତାହାର ଯତ୍ନ ସହ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସଂପାଦକ ପ୍ରଦୀପ କୁମାର ପଣ୍ଡା ପରିବେଶ ସଚେତନତା ଉପରେ ଏକ ଗୀତ ଗାନ କରିଥିଲେ।ଏହି ଅବସରରେ ଗତବର୍ଷ ବରିଷ୍ଠ ନାଗରିକ ସମାଜ ତରଫରୁ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯେଉଁ ଛାତ୍ରଛାତ୍ରୀମାନେ ସକ୍ରୀୟ ଅଂଶଗ୍ରହଣ କରିବା ସହ ବୃକ୍ଷମାନଙ୍କ ଯତ୍ନ ନେଇ ବଞ୍ଚେଇଥିଲେ ସେମାନଙ୍କ ମଧ୍ୟରୁ ତିନିଜଣ ଛାତ୍ରଛାତ୍ରୀ ପ୍ରଜ୍ଞା ରାଣୀ ବେହେରା, ପ୍ରଜ୍ଞା ଛନ୍ଦ ଓ ସାହିଲ୍ ଭୋଇଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଚଳିତ ବର୍ଷ ମଧ୍ୟ ବୃକ୍ଷରୋପଣ ସହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ସୁନୀତା ରଥ ଓ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ରିଙ୍କି ଭୋଇ,ସୁଶ୍ରୀତା ଭୋଇ ଏବଂ ଶିକ୍ଷକ ପ୍ରୀତମ ସାହୁ।