Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷରେ ୩ ଭାଇ ଭଉଣୀ ହେଲେ ଓଏଏସ

ସମ୍ବଲପୁର:ଇଚ୍ଛା ଶକ୍ତି ଥିଲେ ସଫଳତା ମିଳେ। ଏହା ପ୍ରମାଣିତ ହୋଇଛି। ୩ ବର୍ଷରେ ୩ ଭାଇ ଭଉଣୀ ହେଲେ ଓଏଏସ। ପୁଣି ଗୋଟିଏ ପରିବାରର ୩ ଜଣ। ଓଡିଶା ପ୍ରଶାସନିକ ସେବା (ଓଏଏସ)ରେ କୃତକାର୍ଯ୍ୟ ହୋଇ ପରିବାର ସହ ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି ୩ ଭାଇ ଭଉଣୀ । ବଲାଙ୍ଗିର ଜିଲା ସୀମାନ୍ତ ଶ୍ରୀରାମ ଗ୍ରାମର ମୂଳ ବାସିନ୍ଦା। କିନ୍ତୁ ବର୍ତ୍ତମାନ ସିନ୍ଧେକେଲାର ଅଧିବାସୀ। ୩୦୯ ନମ୍ବର ରଖି ୨୦୨୩-୨୪ ବର୍ଷରେ ଭାଇ ସୌରଭ ରଞ୍ଜନ ବାଗ କୃତକାର୍ଯ୍ୟ ହୋଇଥିବା ବେଳେ ଭଉଣୀ ଦୀପ୍ତିରେଖା ବାଗ ୨୦୨୨-୨୩ ବର୍ଷରେ ୧୭୮ ନମ୍ବର ରାଙ୍କ ରଖିଥିଲେ । ପୂର୍ବରୁ ବଡ଼ ଭଉଣୀ ସ୍ମୃତିରେଖା ବାଗ ୨୦୨୧-୨୨ ବର୍ଷରେ ୧୭୧ ନମ୍ବର ରେଙ୍କ ରଖି କୃତକାର୍ଯ୍ୟ ହୋଇଥିଲେ । ତିନି ବର୍ଷରେ ତିନି ଭାଇ ଭଉଣୀ ସଫଳତା ଅର୍ଜନ କରି ଅଞ୍ଚଳର ସୁନାମ ବଢାଇଛନ୍ତି ।

ଶିକ୍ଷକ ସୁରଜ ବାଗ ଓ ଶିକ୍ଷୟିତ୍ରୀ ଶାନ୍ତିଲତା ସିପକାଙ୍କ ତିନି ପୁଅଝିଅ ଙ୍କ ସଫଳତା ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ସାଉଁଟିଛି। ସୌରଭ ରଞ୍ଜନ ବାଗ ପ୍ରଥମେ ରାଉରକେଲା ଏନଆଇଟିରେ ପାଠପଢି ଚାକିରି ପାଇଥିଲେ ।ଚାକିରୀ ନ କରି ପ୍ରଶାସନିକ ସେବା ପ୍ରତି ଆଗ୍ରହ ପ୍ରକାଶ କରି ପ୍ରସ୍ତୁତିରେ ଲାଗିପଡିଥିଲେ।ଚାକିରୀ ଛାଡି ତାଙ୍କର ଏହି ଇଚ୍ଛା ଶକ୍ତି ତାଙ୍କୁ ସଫଳତା ଦେଇଥିବା ବେଳେ, ଭାଇଙ୍କ ପ୍ରେରଣା ୨ ଭଉଣୀଙ୍କୁ ପ୍ରେରିତ କରିଥିଲା। ତିନି ଭାଇ ଭଉଣୀ ନିଜର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ। ଏଭଳି ସୌଭାଗ୍ୟ କମ ପରିବାରରେ ଦେଖା ଦେଇଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ