ରେଙ୍ଗାଲିର ବସଷ୍ଟାଣ୍ଡରେ ଦୁର୍ଗାପୂଜା ସିନେମା ଷ୍ଟାଇଲରେ ନିର୍ମାଣ ହୋଇଛି ମଣ୍ଡପ

ସମ୍ବଲପୁର: ଶିଳ୍ପ ନଗରୀ ରେଙ୍ଗାଲି ବସଷ୍ଟାଣ୍ଡର ସାର୍ବଜନୀନ ଦୁର୍ଗାପୂଜା ବିଦ୍ଧିବଦ୍ଧ ଭାବରେ ରବିବାର ବିଲ୍ୱବରଣ ଓ ଅଙ୍କୁରାରୋପଣ ସହ ଆରମ୍ଭ ହୋଇଯାଇଛି।ରବିବାର ଜଳସାଧିବାସ ରୀତିନୀତି ଅନୁସାରେ ସମ୍ପର୍ଣ୍ଣ ହୋଇଛି।୧୯୮୩ ମସିହାରୁ ଆରମ୍ଭ ହୋଇଥିବା ବସଷ୍ଟାଣ୍ଡ ଦୁର୍ଗାପୂଜାକୁ ଚଳିତ ବର୍ଷ ୪୨ବର୍ଷ ହେଲା। ମାଁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ ଭକ୍ତ ମାନେ।ଚଳିତ ବର୍ଷ ବାହୁବଳୀ ସିନେମା ଷ୍ଟାଇଲରେ ନିର୍ମିତ ମଣ୍ଡପରେ ମାଁ ବିରାଜିତ ହୋଇ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେବେ।୨୮ରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇ ୩ ତାରିଖ ଦିନ ବିସର୍ଜନ ହେବ। ଏଥର ପୂଜାରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ବଜେଟ ରଖାଯାଇଛି।ପଣ୍ଡିତ ସଂଜିବ ମିଶ୍ର ଓ ରାଜିବ ମିଶ୍ର ସମସ୍ତ ପୂଜାବିଧି ସମ୍ପାଦନ କରିବେ। ବିଟୁନ ପ୍ରଧାନ ସପତ୍ନୀକ କର୍ତ୍ତା କାର୍ଯ୍ୟ ସଂପାଦନ କରିବେ। ପୂଜା କମିଟିରେ ସଭାପତି ସନ୍ତୋଷ ବର୍ମା,ଉପସଭାପତି ମନିଷ ସିଂହ, ସଂପାଦକ ତାରାକାନ୍ତ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଚନ୍ଦନ ମାହାଣା ଅଛନ୍ତି।ପ୍ରତ୍ୟେକ ଦିନ ସଂଧ୍ୟାରେ ମହା ଆଳତି ସହ ବିଭିନ୍ନ ପ୍ରକାର ଭୋଗ ଏବଂ ନବମୀ ଦିନ ସଂଧ୍ୟାରେ ଖୋର୍ଦ୍ଧାର ଶ୍ରୀ ଡେନ୍ସ ଗୃପର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦଶମୀ ଦିନ ସଂଧ୍ୟାରେ ବଲାଙ୍ଗୀର ସୁର ସଙ୍ଗିତ ଅର୍କଷ୍ଟ୍ରୋ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ଥିବାର କମିଟି ପକ୍ଷରୁ ସୂଚନା ଦେଇଛନ୍ତି।