ପଡିଆବାହାଲ ଶାରଦୀୟ ଉତ୍ସବ:ସରିଲା କଳସ ଯାତ୍ରା,ପୂଜା ପାଠରେ କମ୍ପୁଛି ଦେବୀ ମଣ୍ଡପ

ସମ୍ବଲପୁର:ଆଜି କଳସ ଯାତ୍ରା ପରେ ପୂଜା ପାଠରେ କମ୍ପୁଛି ଦେବୀ ମଣ୍ଡପ।ସମ୍ପୂର୍ଣ୍ଣ ଅନୁକୂଳ ଭକ୍ତି ଭାବାବେଗରେ ପାଳନ ହେଉଛି ମା ଦେବୀ ଦୂର୍ଗାଙ୍କ ପୂଜା ଵିଧି।
ଏକ ଭକ୍ତିପୂର୍ଣ୍ଣ ଅନୁକୂଳ ପରିବେଶରେ ସ୍ୱଚ୍ଛ, ନିର୍ମଳ ଓ ଶାନ୍ତି ଶୃଙ୍ଖଳା ସହିତ ଚଳିତ ବର୍ଷର ଅନ୍ୟ ବର୍ଷ ମାନଙ୍କ ଠାରୁ ଖୁବ ନିଆରା।ଜିଲ୍ଲା ପ୍ରଶାସନର ନିବେଦନକୁ ଗ୍ରହଣ କରି ପୂର୍ବ ଢାଞ୍ଚାକୁ ବଦଳାଇ ଆଧ୍ୟାତ୍ମିକ ଓ ଭକ୍ତି ରସାମୃତ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସମଗ୍ର ଜିଲ୍ଲାରେ ଏକ ନିଆରା ଶାରଦୀୟ ଉତ୍ସବ ଭେଟି ଦେବାକୁ ଏହି ପ୍ରୟାସକୁ ପୂର୍ଣ୍ଣ ଜନ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି।
ଚଳିତ ବର୍ଷ ସମ୍ପୂର୍ଣ୍ଣ ବୈଦିକ ରୀତିନୀତି ଅନୁଯାଇ ମାଙ୍କ ପୂଜା ଵିଧି କରାଯାଉଛି।ମାଙ୍କ ମଙ୍ଗଳ ଆଳତୀ, ମହାସ୍ନାନ, ପୀଠ ପୂଜା, ପାର୍ଶ୍ୱ ଦେବଦେବୀ, ମୁଖ୍ୟ ଦେବୀ ,ଷୋଡଶ ଉପଚାର ପୂଜା, ଚଣ୍ଡିପାଠ, ହୋମ, ମହାଆଳତୀ, ଶୟନ ଆଳତୀ, ସନ୍ଧିପୂଜା, ଚଣ୍ଡିହୋମ, ଅପରାଜିତା ପୂଜା ଭଳି ପୂଜାବିଧି କରାଯାଉଛି। ଦିଲ୍ଲୀ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସର୍ବଭାରତୀୟ ପୌରାହିତ୍ୟ କର୍ମକାଣ୍ଡରେ ସ୍ବର୍ଣ୍ଣପଦକ ପାଇଥିବା ଆଚାର୍ଯ୍ୟ ସୌମ୍ୟରଞ୍ଜନ ବଡ଼ପଣ୍ଡା ଦେବଶର୍ମା ମାଙ୍କ ପୂଜାବିଧି କାର୍ଯ୍ୟ ସମ୍ପାଦନା କରୁ ଥିବା ବେଳେ ଚୁମକି ତ୍ରିପାଠୀ ଓ ବେଣୁଧର ତ୍ରିପାଠୀ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ପାର୍ଶ୍ଵ କର୍ତ୍ତା ଭାବେ
ଜାତୀୟ ଶିକ୍ଷା ନୀତିରେ ପରିବର୍ତ୍ତନ ହୋଇଥିବାରୁ ବ୍ୟବସାୟିକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଦୁରେଇ ରହି ଜିଲ୍ଲା ସ୍ତରୀୟ ପ୍ରତିଭା ବିକାଶକୁ ଆଖି ଆଗରେ ରଖି ବିଭିନ୍ନ ସ୍କୁଲ, କଲେଜ, ମହାବିଦ୍ୟାଳୟ, ବିଭିନ୍ନ କ୍ଳବ ଓ ଗୋଷ୍ଠି, ସଂକୀର୍ତନ ଦଳ ମାନଙ୍କ ସାମାଜିକ, ଆଧ୍ୟାତ୍ମିକ, ଦେଶ ଓ ମାତୃ ବନ୍ଦନା, ଓଡିଶୀ, ଦଶବତାର, ଲୋକ ସଂସ୍କୃତି, ଲୋକ ଗୀତ,ପାରମ୍ପରିକ ନୃତ୍ୟ ଗୀତ ଓ ସାମାଜିକ ବାର୍ତ୍ତାଥିବା ଭଳି କେବଳ ସାପ୍ତାହିକ ବଜାର ପ୍ରାଙ୍ଗଣ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ସବୁ ଢାଞ୍ଚା ପରିବର୍ତ୍ତନ ହୋଇଥିଲେ ମଧ୍ୟ ପୂର୍ବ ବର୍ଷ ମାନଙ୍କ ପରି ଦଶମୀ ତିଥିରେ ରାବଣପୋଡି କାର୍ଯ୍ୟକ୍ରମ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହେବ।