Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ୍ୟୁ ପରେ ଶରୀର ଦାନ, ଡାକ୍ତରୀ ଛାତ୍ର ପଢିଲେ ପାଠ

ସମ୍ବଲପୁର:ମୃତ୍ୟୁ ପରେ ବି ମର ଶରୀର କାମରେ ଆସେ। ତାକୁ ନେଇ ଡାକ୍ତରୀ ପଢ଼ୁଥିବା ଛାତ୍ର ପାଠପଢ଼ି ରୋଗୀ ସେବାରେ ନିଜର ପାରଦର୍ଶିତା ଦେଖାଇଥାନ୍ତି।ଏହାକୁ ବିଶ୍ୱାସ କରି ନିଜର ମୃତ୍ୟୁ ପରେ ସମ୍ବଲପୁର ସହରର ସାନସଡ଼କରେ ରହୁଥିବା ଶ୍ରୀମତୀ ଦିୱାଲୀ ବେନ ପଟେଲ ସମ୍ପୂର୍ଣ ଶରୀର ଦାନ ପାଇଁ ଉତ୍ସର୍ଗ ମାଧ୍ୟମରେ ଇଛା ପତ୍ର ସ୍ୱାକ୍ଷର କରିଥିଲେ।

ଗତ ୩୦ ତାରିଖରେ ତାଙ୍କର ମୃତ୍ୟୁ ପରେ ତାଙ୍କର ଶେଷ ଇଛା ଅନୁସାରେ ତାଙ୍କର ମର ଶରୀର କୁ ବୁର୍ଲା ଭୀମସାର ର ଏନାଟୋମୀ ବିଭାଗ କୁ ହସ୍ତାନ୍ତର କରାଯାଇଥିଲା। ଏହି ହସ୍ତାନ୍ତର ପକ୍ରିୟା ସମୟରେ ପରିବାର ର ମୟୁର କୁମାର ପଟେଲ, ପାରସ ପଟେଲ, ରୀନା ପଟେଲ, କୀର୍ତ୍ତି ପଟେଲ, ଝିଲ ପଟେଲ, ଗିରୀଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଏନାଟୋମୀ ବିଭାଗ ତରଫ ରୁ ଡାକ୍ତର ଯେନୀତ, ସହକାରୀ ପ୍ରଫେସର ଓ ସହଯୋଗୀ ଉପସ୍ଥିତ ରହି ମର ଶରୀର ଗ୍ରହଣ କରିଥିଲେ।ଉତ୍ସର୍ଗ ଅନୁଷ୍ଠାନ ତରଫ ରୁ ସଂଯୋଜକ ପ୍ରଶାନ୍ତ ପାଟଯୋଶୀ, ସହ ସଂଯୋଜକ ରଜନୀ ନାଗ ଓ ପ୍ରବୀଣ ଦୀକ୍ଷିତ ପ୍ରମୁଖ ଏଥିରେ ସହଯୋହ କରିଥିଲେ। ଉତ୍ସର୍ଗ ଅନୁଷ୍ଠାନ ତରଫ ରୁ ସ୍ବର୍ଗତ ପଟେଲ ଙ୍କ ଅମର ଆତ୍ମା ର ସଦଗତି କାମନା ସହ କାର୍ଯ୍ୟ କୁ ସମାପନ କରିଥିବାରୁ ପରିବାର ବର୍ଗ ଙ୍କୁ ଧନ୍ୟବାଦ ଦିଆଯାଇଛି। ସମ୍ବଳ ଅନୁଷ୍ଠାନ ତରଫରୁ ଶବ ବାହକ ଗାଡି ଯୋଗାଇ ଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ