Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଧ୍ୟାତ୍ମିକ ପରିବେଶ ଓ ପ୍ରତିଭା ଉନ୍ମୋଚନରେ ସରିଲା ଶାରଦୀୟ ଉତ୍ସବ

ସମ୍ବଲପୁର:ବହୁ ପ୍ରତିକ୍ଷୀତ ପଡିଆବାହାଲ ଶାରଦୀୟ ଉତ୍ସବ ଚଳିତ ବର୍ଷ ଆଧ୍ୟାତ୍ମିକ ପରିବେଶ ଓ କଳା ଐତିହ୍ୟର ପ୍ରତିଭା ଉନ୍ମୋଚନ ମଧ୍ୟରେ ସରିଛି। ଗତକାଲି ମେଲାଣି ପରେ ୫୨ ବର୍ଷ ତଳର ଦୁର୍ଗାପୂଜାରେ ଶୀତଲତା ଦେଖାଦେଇଛି।

ଆୟୋଜିତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରବିନାରାୟଣ ନାଏକ, ରେଢ଼ାଖୋଲ ବିଧାୟକ ତଥା ବିରୋଧି ଦଳ ଉପନେତା ପ୍ରସନ୍ନ କୁମାର ଆଚାର୍ଯ୍ୟ, ବିଜେପିର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ। ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅମିତ ଗୁରୁ, ସୁବୋଧ କୁମାର ବେହେରା, ପ୍ରଫୁଲ୍ଲ କୁମାର ପଣ୍ଡା, ବାହାମ ସରପଞ୍ଚ ସରସ୍ବତୀ ଭୁସାଗର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମା ଦୁର୍ଗାଙ୍କ ଦର୍ଶନ କରିବା ସହିତ ଉପସ୍ଥିତ ଭକ୍ତ, ଶ୍ରଦ୍ଧାଳୁ ଜନତାଙ୍କୁ ଶକ୍ତି ଉପାସନା ଉପରେ ବୁଝାଇଥିଲେ।

ଚଳିତ ବର୍ଷ ପୂଜା ମଣ୍ଡପରେ ଆଚାର୍ଯ୍ୟ ସୌମ୍ୟରଂଜନ ବଡ଼ପଣ୍ଡା ଦେବଶର୍ମା ପୂଜାର୍ଚନା କରିବା ସହିତ ଚଣ୍ଡିପାଠ କରିଥିଲେ। ଏଥିରେ ବେଣୁଧର ତ୍ରିପାଠୀ ଓ ଚୁମକି ତ୍ରିପାଠୀ ମୁଖ୍ୟ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଅନ୍ୟ ପାର୍ଶ୍ଵ କର୍ତ୍ତା ମଧ୍ୟ ରହିଥିଲେ।ଏଥର ପୂଜା ବିଧିରେ ବହୁ ପରିବର୍ତ୍ତନ ଦେଖା ଦେଇଥିବାରୁ ପୂଜା ମଣ୍ଡପରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
ଏଥର ନାମ, ସଂକୀର୍ତ୍ତନ, କୃଷ୍ଣଗୁରୁ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରତିଭା ଅନ୍ୱେଷଣ ପାଇଁ ବିଭିନ୍ନ ସ୍କୁଲ କଲେଜ ଓ ଗୋଷ୍ଠି ମାନଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାକୁ ଡାକ୍ତର ରାଜାରାମ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ସଭାପତି ହରିହର ନାଏକ, ପ୍ରଫୁଲ୍ଲ କୁମାର ମଗର, ଶକ୍ତି ପ୍ରସନ୍ନ ବଡ଼ପଣ୍ଡା, ସମ୍ପାଦକ ଦେବାନନ୍ଦ ଭୁସାଗର,ପ୍ରମୋଦ କୁମାର ମିଶ୍ର, ଅଶୋକ ରାଏ, ଅଶୋକ କୁମାର ପୁରୋହିତ, ଆଶୁତୋଷ ପଣ୍ଡା, ଝସକେତନ ନାଏକ, ଆକାଶ ବେହେରା, ମନୋଜ ସୁବୁଦ୍ଧି, ଅମୂଲ୍ୟ ପୁଝାରୀ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ପ୍ରମୁଖ କର୍ମକର୍ତ୍ତା ବିଭିନ୍ନ ଦାୟିତ୍ୱ ବହନ କରିଥିଲେ। ସଦର ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଶୃଙ୍ଖଳିତ ଭାବେ ଏହା ସମାପନ ହୋଇଥିବାରୁ ସମ୍ପାଦକ ଶ୍ରୀ ଭୋସାଗର ସମସ୍ତଙ୍କୁ ଧନ୍ୟବାଦ ଦେଇ ନିଜର କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ