ପୂର୍ବ ଛାତ୍ର ଏକତ୍ରିକରଣ ଦିବସ

ସମ୍ବଲପୁର: ଧନୁପାଲି ଶିଶୁ ବିଦ୍ୟl ମନ୍ଦିର ଠାରେ ଆଜି ପୂର୍ବ ଛାତ୍ର ଏକତ୍ରିକରଣ ଦିବସ ପାଳିତ ହୋଇ ଯାଇଛି l ଉକ୍ତ ଦିବସରେ ବିଦ୍ୟାଳୟ ର ସଭାପତି ଡ଼କ୍ଟ ଦେବେନ୍ଦ୍ର ପଣ୍ଡା ମହୋଦୟ ଦୀପ ପ୍ରଜ୍ବଳନ କରି ଥିଲେ l ସଂକୁଳ ସଂଯୋଜକ ପ୍ରମୋଦ ପାଢ଼ୀ, ବିଦ୍ୟାଳୟ ର ସମ୍ପାଦକ ଜୟଶଙ୍କର ପାଢ଼ୀ, ସହ ସମ୍ପାଦଜ ଅଭିମନ୍ୟୁ ସାହୁ, ପରିଚାଳନା କମିଟି ର ସଦସ୍ୟା ଶ୍ରୀମତୀ ରଞ୍ଜୁ ମିଶ୍ର, ଶ୍ରୀମତୀ ଅନସୂୟା କର, ମଂଚାସୀନ ଥିଲେ l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ମହୋଦୟ ଅତିଥି ମହୋଦୟଙ୍କ ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟ ର ଅନ୍ନପୂର୍ଣ୍ଣା ଗୁରୁମା ବନ୍ଦନା ବ୍ୟବସ୍ଥା ସୁଚାରୁ ରୂପେ ତୁଲାଇ ଥିଲେ l ବିଦ୍ୟାଳୟ ର ବିଭୂତାକ୍ଷୀ ଭଉଣୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ମହୋଦୟ ପୂର୍ବ ଛାତ୍ର ମାନଙ୍କୁ ପଞ୍ଚ ପରିବର୍ତନ ର ଆହ୍ୱାନ ରେ ନିଜକୁ ତଥା ସମାଜକୁ ଯୋଡି ରଖିବା ପାଇଁ ପରାମର୍ଶ ଦେଇଥିଲେ l ସଭାପତି ଡ଼କ୍ଟର ପଣ୍ଡା ନିଜ ବିଦ୍ୟାଳୟ ଜୀବନର ଅନୁଭୂତି ସହିତ ଛାତ୍ର ଛାତ୍ରୀମାନଙ୍କୁ ଏକତା ସୂତ୍ରରେ ବାନ୍ଧି ହେବାକୁ ପରାମର୍ଶ ଦେଇଥିଲେ l ଯୋଗଦାନ କରିଥିବା ପୂର୍ବ ଛାତ୍ର ଛାତ୍ରୀ ମାନେ ନିଜ ବିଦ୍ୟାଳୟ ଜୀବନ ଅନୁଭୂତି କୁ ବଖାଣି ଥିଲେ l ବିଦ୍ୟାଳୟ ର ପ୍ରାୟ ପଚାଶ ଜଣ ପୂର୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ବିଦ୍ୟାଳୟ ର ସମ୍ପାଦକ ମହୋଦୟ କାର୍ଯ୍ୟ କ୍ରମ ଶେଷରେ ଧନ୍ୟ ବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ଗୁରୁଜୀ ଗୁରୁମା କାର୍ଯ୍ୟ କ୍ରମକୁ ସଫଳ ରୂପାୟନ କରିଥିଲେ।