ସାହସପୁର ଠାରୁ ଲରାସାରା ରାସ୍ତା ସାଜିଛି ମରଣ ଯନ୍ତା

ସମ୍ବଲପୁର:ସମ୍ବଲପୁର ଠାରୁ ଧମା ଦେଇ ସୋନପୁର ଯାଉଥିବା ମୁଖ୍ୟ ରାସ୍ତା ସାହାସପୂର୍ ଠାରୁ ଲରାସରା ବୋଡ଼ର୍ ପର୍ୟ୍ୟନ୍ତ ଜନସାଧାରଣ ଙ୍କ ପାଇଁ ମରଣ ଜନ୍ତା ସାଜିଛି, ବଡ ବାହନ ଯିବା ଦୂରର କଥା ସାଇକେଲ ଟିଏ ବି ଗଲେ ଦୁର୍ଘଟଣା ର ସମ୍ଭାବନା ସୃଷ୍ଟି କରୁଛି ଏହା ସହିତ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ ଘଟି ଲୋକଙ୍କ କ୍ଷୟକ୍ଷତି ହେଉଛି । ଏହି ରାସ୍ତା ରେ ଲୋକ ଭୁବନେଶ୍ୱର ପର୍ଯ୍ୟନ୍ତ ଯାଉଥିବା ବେଳେ, ନିତିଦିନ ସମ୍ବଲପୁର କୁ ଓ ସମ୍ବଲପୁର ରୁ ଧମା ଛାତ୍ର ଛାତ୍ରୀ ନିୟମିତ ଭାବରେ ଶିକ୍ଷା ଅଧ୍ୟୟନ ନିମନ୍ତେ ଯିବା ଆସିବା କରୁଛନ୍ତି । ଦିନକୁ ଅନେକ ସମୟରେ ଆମ୍ବୁଲାନ୍ସ ଯିବା ଆସିବା କରୁଅଛି ଏଣୁ ପୂର୍ତ୍ତ ବିଭାଗ ଅଧିକାରୀ ଏହି ରାସ୍ତା ର ତୁରନ୍ତ ସ୍ଥାୟୀ ମରାମତି କରିବାକୁ ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ମାନେଶ୍ୱର ବ୍ଲକ ପ୍ରତିନିଧି ମନୋଜ ମହାପାତ୍ର ଦାବି କରିବା ସହିତ ଜିଲ୍ଲା ପ୍ରଶାସନ ଏହି ରାସ୍ତା ର ତୁରନ୍ତ ମରାମତି ପାଇଁ ହସ୍ଥକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।