Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଉମା ମାହେଶ୍ଵରୀ ଶକ୍ତି ପୀଠରେ ଦଶହରା ପୂଜା

ସମ୍ବଲପୁର:ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକ କୁରୁଆଁ ର ପ୍ରସିଦ୍ଧ ମା’ ଉମା ମାହେଶ୍ଵରୀ ଙ୍କ ଶକ୍ତି ପୀଠରେ ଦଶହରା ପୂଜା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମହାଷ୍ଟମୀ ରେ ମାଁ ମାହେଶ୍ୱରୀ ତାଙ୍କର ପାର୍ଶ୍ଵଦେବୀ ମାଁ ନାରାୟଣୀ, ବୁଢ଼ାରଜା,ଧଳାଛତ୍ର, କଳାଛତ୍ର, ବାଉତୀ ଦେବୀ,ମାହେଶ୍ୱରୀ ଙ୍କର ଚଳନ୍ତି ପ୍ରତିମା ଶାଳକା ବାଡି ,ବରୁଆ ଙ୍କ ସହ ମାଁ ଦନ୍ତା ନଦୀ କୁ ସ୍ନାନ ପାଇଁ ଯାଇଥିଲେ। ମାଁ ମାହେଶ୍ୱରୀ ଙ୍କ ସ୍ନାନ ପରେ ମହାଷ୍ଟମୀ ଯାଉଥିବ ଆଉ ମହାନବମୀ ଆସୁଥିବ ଠିକ୍ ଏହି ସନ୍ଧି ସମୟ ରେ ମାଁ ମାହେଶ୍ୱରୀ ସଂସ୍କୃତି ଆଧାର ରେ ମାଁ ଙ୍କର ସନ୍ଧି ପୂଜା ହୋଇଥିଲା। ସନ୍ଧି ପୂଜା ପରେ ମାଁ ମାହେଶ୍ୱରୀ ମନ୍ଦିର ଅଭିମୁଖେ ଆସିବା ସମୟରେ ମାଁ ଙ୍କର ସୁରାପାନ ର ଏକ ନିଆରା ପରମ୍ପରା ଅନୁଷ୍ଠିତ ହୋଇଥିଲା। ଏହି ଲୌକିକ ପରମ୍ପରା ଟି କେବଳ ଶକ୍ତିପୀଠ କୁରୁଆଁ ରେ କରାଯାଇଥାଏ । ସୁରା ପାନ କୁ ଦେଖିବା ପାଇଁ ଭକ୍ତ ଙ୍କ ପ୍ରବଳ ଭିଡ଼ ହୋଇଥିଲା। ପରେ ମାଁ ମାହେଶ୍ୱରୀ ନିଜ ଆସ୍ଥାନ କୁ ଗଲା ପରେ ତାଙ୍କର ଚଳନ୍ତି ପ୍ରତିମା ଶାଳକା ବାଡି ଘର ଘର ଯାଇ ଭକ୍ତମାନଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ ।
ମହା ନବମୀ ସକାଳୁ ସକାଳୁ ମାଁ ମାହେଶ୍ୱରୀ ଙ୍କର ଦର୍ଶନ ପାଇଁ ଲମ୍ବା ଧାଡ଼ି ର ବ୍ୟବସ୍ଥା କରାଯାଇଥିଲା । ଚଣ୍ଡୀପାଠ ପରେ ମାଁ ଙ୍କର ମହାଖଳା ପୂଜା ଅନୁଷ୍ଠିତ ହୋଇଥିଲା। ବହୁ ସଂଖ୍ୟକ ଭକ୍ତ ମାଁ ଙ୍କ ମହାଖଳା ପୂଜା ରେ ଅଧିଆ ପଡିଥିଲେ। ଶ୍ରଦ୍ଧାକର ମେଣ୍ଡଳୀ ଏବଂ ଝସକେତନ ମେଣ୍ଡଳୀ ଙ୍କ ଦେହକୁ ମାଁ ବରୁଆ ରୂପରେ ପ୍ରବେଶ କରି ଭକ୍ତମାନଙ୍କର ଗୁହାରି ଶୁଣି ତାଙ୍କର ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ପରେ ମାଁ ଙ୍କଠାରେ ନବାନ୍ନ ଲାଗି ହୋଇ ଉପସ୍ଥିତ ଭକ୍ତମାନଙ୍କ ମଧ୍ୟରେ ନବାନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।
ସେହି ପରି ବିଜୟା ଦଶମୀ ରେ ମାଁ ଙ୍କର ରଞ୍ଜିତା ପର୍ବ ଅନୁଷ୍ଠିତ ହୋଇଥିଲା।ରଞ୍ଜିତା ପର୍ବ ରେ ମାଁ ବରୁଆ କୁ ପ୍ରବେଶ କରି ଗମ୍ଭୀରା ରୁ କୁରୁଆଁ ଗାଁ ମୁଣ୍ଡ ରେ ଥିବା ଟିମକି ବରଗଛ କୁ ବିଜେ କରିଥିଲେ। ସେଠାରେ ମାଁ ମାହେଶ୍ୱରୀ ସଂସ୍କୃତି ନିତି ରେ ମାଁ ଙ୍କର ଅସ୍ତ୍ର ଶସ୍ତ୍ର ପୂଜା କରା ଯାଇଥିଲା। ଏହି ଅବସରରେ ସହସ୍ରାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା।ମାଁ ଙ୍କର ଏହି ମହା ଉତ୍ସବ କୁ କୁରୁଆଁ ଗ୍ରାମବାସୀ, ମନ୍ଦିର ସେବାୟତ, ସୁଶାନ ମହାକୁର, ସତ୍ୟନାରାୟଣ ଦେହେରୀ, ଜଗେଇ ଦେହେରୀ, ଆକବର ଦେହେରୀ, ହରେକୃଷ୍ଣ ଦେହେରୀ, ଶ୍ରୀକୃଷ୍ଣ ଦେହେରୀ, ସଚ୍ଚିଦା ଦେହେରୀ, ଜଗଦୀଶ ଦେହେରୀ, କପିଳେଶ୍ଵର ଦେହେରୀ, ଅଶୋକ ମହାକୁର, ସୁବାସ ମହାକୁର, ଦଲ ଥାଟି, ବୁଧୁ ଥାଟି, ନରେଶ ପଧାନ, ଦିନେଶ ପଧାନ ପ୍ରମୁଖ ସମ୍ପାଦନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ