ଭାରତୀ ସମାଜର ବୈଠକ:ସମାଜରେ ସଦଭାବ ରହିବା ଜରୁରୀ

ସମ୍ବଲପୁର:ପକ୍ଷରୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଭାରତୀ ସମାଜ ର ସଂଚାଲକ ଭବାନୀଶ ଭୋଇଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ସମାଜରେ ବଢିଚାଲିଥିବା ଦୂରତାକୁ ନେଇ ଆଳୋଚନା କରାଯାଇଥିଲା । ଭାରତୀୟ ସଂସ୍କୃତି ପାଞ୍ଚ ହଜାର ବର୍ଷର ବୋଲି ଦାବି କରାଯାଉଥିବା ବେଳେ ଦିନକୁ ଦିନ ସମାଜ ଭିତରେ ଜାତି, ବର୍ଗ ଏବଂ ଧର୍ମ ନାମରେ ଦୂରତା ବୃଦ୍ଧି ପାଉଥିବା ନେଇ ଭାରତୀ ସମାଜ ବୈଠକରେ ଆଳୋଚନା କରାଯାଇଥିଲା । ବର୍ତ୍ତମାନ ସମୟରେ ଭାରତୀୟ ସମାଜ ବ୍ୟବସ୍ଥାକୁ କଲୁଷିତ କରିବା ପାଇଁ ଉଚ୍ଚ ଏବଂ ନିମ୍ନ ଜାତି ନାମରେ ତିକ୍ତତା ସଷ୍ଟି କରୁଥିବା ନେଇ ଆଳୋଚନା କରାଯାଇଥିଲା । ଭାରତୀୟ ସମାଜ ବ୍ୟବସ୍ଥା କର୍ମ ଆଧାରିତ ହୋଇଥିବା ବେଳେ ଏହାକୁ ଧିରେଧିରେ ଜାତି ଆଧାରିତ କରାଯାଇ କର୍ମକୁ ତୁଚ୍ଚ କରିଦିଆଯାଇଛି । ତେବେ ଭାରତୀ ସମାଜ ସମାଜରେ ଜାତିବାଦକୁ ଦୂର କରି ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଜ ଗଠନ ଦିଗରେ କରୁଥିବା ପଦକ୍ଷେପ ଗୁଡିକ ବିଷୟରେ ଆଳୋଚନା କରାଯାଇଥିଲା । ବର୍ତ୍ତମାନ ଚାଲିଥିବା ଜାତିବାଦକୁ ଦୁର କରି ଲୋକଙ୍କୁ ଦେଶର ଇତିହାସ ସଂସ୍କୃତି ଏବଂ ପରମ୍ପରାର ଗୌରବ ବିଷୟରେ କିଭଳି ଅବଗତ ହେବେ ତାନେଇ କାର୍ଯ୍ୟକ୍ରମ ହାତକୁ ନିଆଯିବା ଉପରେ ବୈଠକରେ ଆଳୋଚନା କରାଯାଇଥିଲା । ଦେଶ ଏବଂ ଦେଶ ବାହାରେ ରହୁଥିବା ଭାରତୀ ବଂଶଧରଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା ବୃଦ୍ଧି କରିବା ଦିଗରେ କାର୍ଯ୍ୟକ୍ରମ ଉପରେ ଆଳୋଚନା କରାଯାଇଥିଲା । ବିଦେଶରେ ଭାରତୀ ସଂସ୍କୃତି ଉପରେ ଆଦର ବଢୁଥିବା ବେଳେ ଦେଶର ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟୀ କରିବାର ଆବଶ୍ୟକତା ରହିଥିବା ଆଳୋଚନାରେ ମତ ପ୍ରକାଶ ପାଇଥିଲା । ଦେଶରେ ଆତ୍ମନିର୍ଭରତାକୁ ବୃଦ୍ଧି କରିବା ପାଇଁ ସ୍ବଦେଶୀ ଜ୍ଞାନ ଏବଂ ଉତ୍ପାଦନ ଗୁଡିକର ପ୍ରସାର କରାଯିବା ଜରୁରୀ ବୋଲି ବୈକରେ ମତ ପ୍ରକାଶ ପାଇଥିଲା । ବୈଠକରେ ଦେବୀ ପ୍ରସାଦ ଭୋଇ, ବିରଞ୍ଚି ନାରାୟଣ ନାୟକ, ଗୋପବନ୍ଧୁ ସେନାପତି, ଲଲିତା ଭୋଇ, ସୁଷମା ପ୍ରଧାନ, ରାକେଶ ପଟ୍ଟନାୟକ,ପ୍ରେମ ସାହାଣୀ ପ୍ରମୁଖ ଉପସ୍ଥିତ ରହିଥିଲେ ।