ଯୁଯୋମୁରା ରାସଯାତ୍ରା ଦ୍ଵିଶତ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର:ରବିବାର ଅପରାହ୍ନ ରେ ପ୍ରସିଦ୍ଧ ରାସଯାତ୍ରା (କାର୍ତିକପୁର୍ଣିମା) ର ଦ୍ଵିଶତ ବର୍ଷ ପୂର୍ତ୍ତି ଅବସର ରେ ଚଳିତ ବର୍ଷ କୁ ମହାସମାରୋହ ର ସହିତ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସମ୍ପ୍ରତି .ଉଜ୍ଜଳକ୍ଲବ ପରିସର ରେ ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ସରପଞ୍ଚ ଭୁପିନ୍ଦର ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଂଚଳ ର ୨୯ ଟି ମୌଜା ଶତାଧିକ ଜନପ୍ରତିନିଧି ତଥା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଯାତ୍ରାକମିଟି ର ସମ୍ପାଦକ ବିରେନ୍ଦ୍ର ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ ସହ ଗତ ବର୍ଷ ର ଆୟବ୍ୟୟ ର ହିସାବ ଦେଇଥିଲେ।ଚଳିତ ବର୍ଷ ଯାତ୍ରା ର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ କୁ ଜାକଜମକରେ ନବମୀ ଠାରୁ ପୂର୍ଣ୍ଣିମା ପର୍ୟ୍ଯନ୍ତ ପାଞ୍ଚଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ଥିର ହେଲା।ସ୍ମାରକୀ ସ୍ବରୂପ ଏକ ସ୍ମରଣିକା ପ୍ରକାଶ କରିବା ଓ କଳା, ସାହିତ୍ୟ,ଦଣ୍ଡଯାତ୍ରା,ସଂକୀର୍ତ୍ତନ, ପାଲା, କୃଷି,ପରିବେଶ ,କ୍ରୁତି ଛାତ୍ରଛାତ୍ରୀ ଓ ଶିକ୍ଷା କ୍ଷେତ୍ର ରେ ପାରିଦର୍ଶିତା ଲାଭ କରିଥିବା ସ୍ଥାନୀୟ କୃତି ପ୍ରତିଭା ମାନଙ୍କୁ ତଥା ପୂର୍ବ ଓ ବର୍ତ୍ତମାନର କର୍ମକର୍ତ୍ତା ଙ୍କୁ ସମ୍ମାନିତ କରିବାକୁ ସ୍ଥିର ହେଲା।ଏହି ଉପଲକ୍ଷେ ଆସନ୍ତା ୫.୧୧.୨୫ ଅପରାହ୍ନ ରେ ଅନୁଷ୍ଠିତ ହେବାକୁ ଥିବା ସଭାରେ ସ୍ଥାନୀୟ ଏମ.ପି,ଏମେଲଏ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବାକୁ ସ୍ଥିର ହୋଇ ଚଳିତବର୍ଷ ବର୍ଷ ପାଇଁ ଯାତ୍ରାପରିଚାଳନା କମିଟି ରେ ସଭାପତି ପାରମ୍ପରିକ ଭାବେ ଜମିଦାର ଭୁପେନ୍ଦ୍ର ସିଂହ,ସମ୍ପାଦକ ବିରେନ୍ଦ୍ର କୁମାର ନାୟକ,ସହସମ୍ପାଦକ କୃଷ୍ଣଚନ୍ଦ୍ର ବାଙ୍କ ଓ କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ଙ୍କୁ ମନୋନୀତ କରାଗଲା।ସଭାରେ ଗାଁ ଲୋକଙ୍କ ସମେତ ଅଂଚଳ ର ବାରୁ ପ୍ରଧାନ,ଯୁଗେଶ୍ୱର ମାଝି, ନେପାଳ ଦୁତିଆଚନ୍ଦ, ବିପିନ ପ୍ରଧାନ,ଅଚ୍ୟୁତ ଭୋଇ,ତୁଳ ସିଂ,ଜିତେନ୍ଦ୍ର ପ୍ରଧାନ,ଯଯାତି ପ୍ରଧାନ,ପ୍ରମୁଖ ଉପସ୍ଥିତ ଥିଲେ ପ୍ରମୋଦ ବିଶ୍ୱାଳ ଓ ବନମାଳୀ ମାଝୀ ପ୍ରମୁଖ ସଭା ପରିଚାଳନା ରେ ସାହାଯ୍ୟ କରିଥିଲେ।ଅଗାମୀ ଦିନ ପୂର୍ଣ୍ଣାଙ୍ଗ କମିଟି ଓ ସବକମିଟି ମାନ ଗଠନ ହେବ।ଶେଷରେ ସମ୍ପାଦକ ଶ୍ରୀନାୟକ ଧନ୍ୟବାଦ ଅର୍ପଣ କରିଥିଲେ।