ରକ୍ତ ଦିଏ ଜୀବନ:ଜୀବନ ବଞ୍ଚାଇବା ପାଇଁ ଧାଇଁ ଆସିଲେ ଆଞ୍ଚଳିକ ପରିଚାଳକ

ସମ୍ବଲପୁର:ସମଗ୍ର ରାଜ୍ୟରେ ରକ୍ତର ଦେଖାଦେଇଛି ଘୋର ସଙ୍କଟ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜୀବନ ବଞ୍ଚାଇବା ପାଇଁ ଅନେକ ରକ୍ତଦାତା ଓ ବ୍ୟକ୍ତି ବିଶେଷ ଆଗେଇ ଆସିଥାନ୍ତି। ଏଭଳି ଏକ ବିରଳ ଉଦାହରଣ ଆଜି ସମ୍ବଲପୁର ସହର ରକ୍ତ ଭଣ୍ଡାରରେ ଦେଖାଦେଇଛି।
ପଜିଟିବ ରକ୍ତ ମିଳୁନଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମ୍ବଲପୁର ସହରର ଜଣେ ରୋଗୀକୁ ଅତ୍ୟନ୍ତ ବିରଳ ରକ୍ତ ଏ-ଭିଇ ର ଆବଶ୍ୟକତା ପଡୁଥିଲା। ଯାହା ବୁର୍ଲା ରକ୍ତଭଣ୍ଡାର ରେ ବି ମହଜୁଦ ନଥିଲା। ନିୟମିତ ରକ୍ତଦାତା ଚକ୍ର ମହାନନ୍ଦ ସମାଜସେବୀ ରାମଦାସ ପଣ୍ଡା ଙ୍କୁ ରକ୍ତ ପାଇଁ ଯୋଗାଯୋଗ କରିଥିଲେ । ଖବର ପାଇ ଶ୍ରୀପଣ୍ଡା ଭାରତୀୟ ଷ୍ଟେଟ ବେଙ୍କରେ ଆଞ୍ଚଳିକ ପରିଚାଳକ ଭାବେ କାର୍ଯ୍ୟରତ ଶ୍ୟାମ ସୁନ୍ଦର ଠାକୁର କୁ ଯୋଗାଯୋଗ କରିଥିଲେ। ରକ୍ତ ଦିଏ ଜୀବନ ଏହାକୁ ନିଜର ବ୍ରତ ଭାବେ ପାଳନ କରୁଥିବା ଶ୍ୟାମ ସୁନ୍ଦର ଏହି ଖବର ପାଇ ତ୍ୱରିତ ସମ୍ବଲପୁର ରକ୍ତ ଭଣ୍ଡାରକୁ ଆସି ଏହି ବିରଳ ରକ୍ତ ଦାନ କରି ଅନ୍ୟଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ତ୍ୟାଗ ଦେଖାଇଛନ୍ତି। ଏହି ବିରଳ ରକ୍ତ ପାଇ ଆକ୍ରାନ୍ତ ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟ ଶ୍ୟାମ ସୁନ୍ଦର ଓ ରାମଦାସ ପଣ୍ଡା ନିଜର କୃତଜ୍ଞତା ଜଣାଇଛନ୍ତି। ଯାହା ସମାଜ ପାଇଁ ଏକ ନୂତନ ବାର୍ତ୍ତା ଦେଇଛି।