Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଟ ମଙ୍ଗଳା ମନ୍ଦିର ରେ ଉଡିଲା ଧ୍ବଜା,ରାଜରାଜେଶ୍ଵରୀ ବେଶରେ ଦେଲେ ଦର୍ଶନ

ସମ୍ବଲପୁର:ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଦଲେଇପଡ଼ା ମାଟମଙ୍ଗଳା ମନ୍ଦିର ଠାରେ ଧ୍ବଜାରୋହଣ ଓ ରାଜରାଜେଶ୍ଵରୀ ବେଶ ନିତି ସମ୍ପନ୍ନ ହୋଇଛି । ସୋମବାର ନିୟମିତ ପୂଜାବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ମନ୍ଦିରର ଭଣ୍ଡାରରେ ଥିବା ସୁନା, ରୂପା ବିଭିନ୍ନ ଆଭୂଷଣ ଆଣି ମାଁ ଙ୍କୁ ରାଜରାଜେଶ୍ଵରୀ ବେଶ କରାଯାଇଥିଲା।ସଂନ୍ଧ୍ଯା ୭ ଟାରେ ଆଳତୀ ପରେ ମୁଖ୍ୟ ପୂଜକ ସୁରେଶ ପଟ୍ଟନାୟକ ମହାଦୀପ ଓ ଧ୍ବଜା ପୂଜାର୍ଚ୍ଚନା କରିଥିଲେ । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ନୂତନ ଧ୍ବଜାକୁ ରଣଜିତ ଷଣ୍ଢ ଓ ମହାଦୀପକୁ ସ୍ବୟଂଜିତ ପଟ୍ଟନାୟକ ଧରି ମନ୍ଦିର ଉପରକୁ ଯାଇଥିଲେ । ପରେ ଭକ୍ତମାନଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା । ଶେଷରେ ମାଁ ବାଟମଙ୍ଗଳାଙ୍କୁ ଖିରି ଭୋଗ ଲଗାଯାଇ ଭକ୍ତ ମାନଙ୍କୁ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଶତ୍ରୁଘ୍ନ ଲାଲ ସାହା, ପ୍ରକାଶ ପଣ୍ଡା, ସଞ୍ଜୟ ଲୋହା, ବିଶ୍ଵମିତ୍ର ବେରିହା , ବିଶ୍ଵରାଜଜ ଭୋଇ, ସୁପରିତ ଠେଲା , ସୁସ୍ରୁତ ପାଢି , ଶୁଭମ ସାହୁ, ନିଖିଲ ବେରିଆ , ମାନସ ବକ୍ସି , ଅଭୟ ପ୍ରଧାନ, ସନ୍ତୋଷ ବେହେରା ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଦଳେଇପଡ଼ାବାସୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ