Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସିଚାଳନାରେ ସ୍ଵର୍ଣ୍ଣ ଆଣିଲେ ବରେନ୍ୟା ଗୌତମି ବାର୍ଲା

ସମ୍ବଲପୁର:କଟକ ଜୱାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମ ଚତୁର୍ଥ ଓଡ଼ିଶା ରାଜ୍ୟ ଅସିଚାଳନା ପ୍ରତିଯୋଗିତାରେ ପ୍ରଥମ ଦିନରେ ସମ୍ବଲପୁରକୁ ସ୍ଵର୍ଣ୍ଣ ପଦକ ମିଳିଛି l ସବ ଜୁନିଅର ସେବର ରେ ବରେନ୍ୟା ଗୌତମି ଭାଗ ନେଇଥିଲେ ସେ ଏଥିରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ସ୍ବର୍ଣ୍ଣ ପଦକ ଆଣିଛନ୍ତି l ସ୍ଵର୍ଣ୍ଣ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଏବଂ ସେ ଜାତୀୟ ସ୍ତରୀୟ ଅସିଚାଳନା ପାଇଁ ମନୋନୀତ ହୋଇଛନ୍ତି l ପଦକ ବିଜେତା କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ଼ଃ ସତ୍ୟନାରାୟଣ ତାଣ୍ଡି ଅଭିନନ୍ଦନ ଜଣାଇଛନ୍ତି l ଏହି ଖବର ମିଳିବା ପରେ ସମ୍ବଲପୁର ଜିଲ୍ଲା ରେ ଖୁସିର ଲହରୀ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ