ସମ୍ବଲପୁର ରୁ ଅଯୋଧ୍ଯା-ବାରଣାସୀ କୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍

ସମ୍ବଲପୁର:ଆଜି ସମ୍ବଳପୁର ରୁ ରାଜ୍ୟ ସରକାର (ପର୍ଯ୍ୟଟନ ବିଭାଗ), ରେଳବାଇ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ର ମିଳିତ ସହୋଯୋଗରେ, ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ୭୭୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ସମ୍ବଲପୁର ରେଳଷ୍ଟେସନ ଠାରୁ ଅଯୋଧ୍ଯା-ବାରଣାସୀ ଅଭିମୁଖେ ଏକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍ର ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ-ଓଡ଼ିଶା ସରକାର ରବିନାରାୟଣ ନାଏକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଶୁଭ ଅବସରରେ, ମାନ୍ୟବର ବିଧାୟକ ସମ୍ବଲପୁର- ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାୟକ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ , ମହାନଗର ନିଗମ ର ଆୟୁକ୍ତ ରେହାନ କ୍ଷତ୍ରି , ଡ଼ିଆରଏମ ସୁବାଶ ଚନ୍ଦ୍ର ଚଉଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ।
ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ରବିନାରାୟଣ ନାଏକ, ନିଜ ଅଭିଭାଷଣରେ ଆଜି ଓଡିଶାର ର ବିଭିନ୍ନ ସ୍ଥାନ ରୁ ପ୍ରାୟ ୮୦୦୦ ପାଖାପାଖି ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଓଡିଶା ସରକାର ଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ବିଭିନ୍ନ ତୀର୍ଥ ସ୍ଥାନ କୁ ଯାତ୍ରା କରିବାର ସୁଯୋଗ ପାଇଛନ୍ତି ବୋଲି ସୂଚନା ଜଣାଇ ସମସ୍ତଙ୍କର ସଫଳ ଏବଂ ମଙ୍ଗଳ ଯାତ୍ରା ପାଇଁ ପ୍ରାର୍ଥନା କରିଥିଲେ।
ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜ ଅଭିଭାଷଣରେ ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକ, ଯେଉଁମାନେ ତୀର୍ଥଯାତ୍ରା କରିପାରୁନାହାନ୍ତି, ସେମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରି, ନିଜ ପୁତ୍ର ପୁତ୍ରୀ ର ଦାୟିତ୍ଵ ବହନ କରିଛନ୍ତି ବୋଲି କହିଥିଲେ। ସମସ୍ତଯାତ୍ରୀଙ୍କୁ ସ୍ବାଗତ କରି ସେମାନଙ୍କର ରହଣି, ସ୍ବାସ୍ଥ୍ୟ ପରୀକ୍ଷା, ଖାଦ୍ୟପେୟ ବ୍ୟବସ୍ଥା, ଭୋଜନ, ସନ୍ଧ୍ୟା ଜଳଖିଆ ଇତ୍ୟାଦି ସମସ୍ତ ସୁବିଧାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି ବୋଲି କହିଥିଲେ । ମୁଖ୍ୟତଃ ସମସ୍ତଙ୍କ ର ଯାତ୍ରା ସୁଖମୟ ହେଉ ବୋଲି ପ୍ରଭୁଙ୍କ ଠାରେ କାମନା କରିବା ସହିତ ସାଥିରେ ଯାଉଥିବା ଏସ୍କର୍ଟ ଅଧିକାରୀମାନଙ୍କୁ ତୀର୍ଥଯାତ୍ରୀଙ୍କ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦେବାକୁ କରିଥିଲେ l
ସୂଚନା ଅନୁଯାୟୀ ଏହି ଯୋଜନା ମାଧ୍ୟମରେ ସମ୍ବଲପୁର ରେଳଷ୍ଟେସନ ଠାରୁ ଅଯୋଧ୍ଯା-ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍ର ସମ୍ବଲପୁର ଜିଲ୍ଲାରୁ ୮୯ ଯାତ୍ରୀ ସୁବର୍ଣ୍ଣପୁର-୫୨, ଦେଓଗଡ଼-୨୭, ଅନୁଗୁଳ- ୧୦୯ ଜଣ,ଝାରସୁଗୁଡ଼ା-୫୦, ସୁନ୍ଦରଗଡ଼-୧୮୦, ବଲାଙ୍ଗିର-୧୪୧, ବରଗଡ-୧୨୭ ଅଦ୍ୟାବଧି ୭୭୫ ଜଣ ଯାତ୍ରୀ ବରିଷ୍ଠ ନାଗରିକ, ଅଯୋଧ୍ଯା ଓ ବାରଣାସୀ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି । ଯାତ୍ରୀ ମାନଙ୍କ ପାଇଁ ଖାଦ୍ଯ, ପାନୀୟ, ଏବଂ ଆଶ୍ରୟସ୍ଥଳୀ ର ବ୍ୟବସ୍ଥା କରାଯାଇଛି ଏହା ସହିତ ସ୍ୱାସ୍ଥ୍ୟ ଜନିତ ସମସ୍ଯା ନିମନ୍ତେ ଏକ ଡାକ୍ତରି ଟିମ ଏବଂ ୨୫ ଜଣ ଏସ୍କର୍ଟ୍ ଅଧିକାରୀ ମଧ୍ୟ ରହିଛନ୍ତି।