Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସିଚାଳନାରେ ଦୁତୀୟ ଦୀନରେ ଛାତ୍ରୀଙ୍କ କୃତିତ୍ୱ

ସମ୍ବଲପୁର:କଟକ ଜୱାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମ ଚତୁର୍ଥ ଓଡ଼ିଶା ରାଜ୍ୟ ଅସିଚାଳନା ପ୍ରତିଯୋଗିତାରେ ଦୁତୀୟ ଦିନରେ ସମ୍ବଲପୁରକୁ ବ୍ରଂଜ଼ ମେଡାଲ ପଦକ ମିଳିଛି l ସବ ଜୁନିଅର ଇପି ରେ ହର୍ଷିତା ନାୟକ ଭାଗ ନେଇଥିଲେ ସେ ଏଥିରେ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ବ୍ରଂଜ଼ ପଦକ ଆଣିଛନ୍ତି l ବର୍ତ୍ତମାନ ସେ ସେଣ୍ଟ ଯୋଶେପ କନଭେଣ୍ଟ ସେକେଣ୍ଡାରୀ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ l ସ୍ଵର୍ଣ୍ଣ ପଦକ ହାସଲ କରି ସ୍କୁଲ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଏବଂ ସେ ଜାତୀୟ ସ୍ତରୀୟ ଅସିଚାଳନା ପାଇଁ ମନୋନୀତ ହୋଇଛନ୍ତି l ପଦକ ବିଜେତା କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ଼ଃ ସତ୍ୟନାରାୟଣ ତାଣ୍ଡି ଅଭିନନ୍ଦନ ଜଣାଇଛନ୍ତି l ଏହି ଖବର ପାଇ ସମ୍ବଲପୁର ଜିଲ୍ଲା ରେ ଖୁସିର ଲହରୀ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ