ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ସମ୍ବଲପୁର ର ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

ସମ୍ବଲପୁର:ଗୁରୁବାର ପୂର୍ବାହ୍ନ ରେ ସମ୍ବଲପୁର ର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଦ୍ଵାରା ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ସମ୍ବଲପୁର ର ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକ ରେ, ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ବୈଠକ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟକାରିତା, ସ୍ଵଛ ଭାରତ ମିଶନ ଓ ପାନୀୟ ଜଳ ଯୋଗାଣ ର କାର୍ଯ୍ୟକାରିତା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମୀଣ ଓ ମୋ ଘର ଯୋଜନା ଅଧୀନରେ ଗୃହ ନିର୍ମାଣ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା, ଜିଲ୍ଲାରେ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତ ରେ ସମସ୍ୟା ସମାଧାନ ପାଇଁ ବ୍ୟାଙ୍କିଂ ସୁବିଧା ପ୍ରଦାନର ପଦକ୍ଷେପ, ଅଙ୍ଗନୱାଡି ର ନିର୍ମାଣ, ସ୍ୱାସ୍ଥ୍ୟ କେନ୍ଦ୍ର ର ନିର୍ମାଣ, ଗ୍ରାମ୍ୟ ସଡକ, ସରକାରୀ କାର୍ଯ୍ୟାଳୟ ଓ ସାଧାରଣ ପ୍ରାଥମିକ ସଂସ୍ଥାଗୁଡ଼ିକର ମରାମତି ଓ ରକ୍ଷାଣାବେକ୍ଷଣା ରାଜ୍ୟ ଆର୍ଥିକ ନିଗମ, ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ରେ ତଥ୍ୟ ଅପଲୋଡ୍, ଲୋକଙ୍କୁ ସ୍ୱଚ୍ଛ ତଥ୍ୟ ପ୍ରଦାନ ଓ ଯୋଜନାର ପ୍ରଗତି,ଭିଏସ୍ଏସ ବିଲଡିଂ ର ପରିଚାଳନା, ଜନସାଧାରଣଙ୍କ ଅଭିଯୋଗ ନିବାରଣକୁ ପ୍ରାଥମିକତା ଦେବା, ଓଡିଶା ଜୀବିକା ମିଶନ ରେ କିପରି ସମସ୍ତ ଗରିବ ପରିବାରଙ୍କ ନିକଟରେ ପହଂଚିପାରି ସେମାନଙ୍କୁ ନିରନ୍ତର ଜୀବିକା ଯୋଗାଇ ଦେବା ସହିତ ଦାରିଦ୍ର୍ୟରୁ ବାହାରିବା ପର୍ଯ୍ୟନ୍ତ ଭଲ ଜୀବନଯାପନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ପ୍ରତିପୋଷଣ କରିବା, ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି ଯୋଜନା(ଓରମାସ) ଅଧୀନ ରେ ବିଭିନ୍ନ ପ୍ରକଳ୍ପ ଏବଂ ପଦକ୍ଷେପ ମାଧ୍ୟମରେ ଓଡିଶାର ଗ୍ରାମୀଣ ଉତ୍ପାଦକମାନଙ୍କୁ ନିରନ୍ତର ଜୀବିକା ନିର୍ବାହ ଯୋଗାଇ ଦେଇ ଦାରିଦ୍ର୍ୟ ଦୂରୀକରଣ, ଜୀବିକା ନିର୍ବାହ, ମହିଳା ସଶକ୍ତିକରଣ, ଦକ୍ଷତା ବୃଦ୍ଧି ଏବଂ ଗ୍ରାମୀଣ ସମ୍ପ୍ରଦାୟର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ରେ ଉନ୍ନତି କିପରି କରି ହେବ ସେ ବିଷୟ ରେ ଆଲୋଚନା କରିଥିଲେ।