ଧର୍ମପରାୟଣ ଉମେଶ ପ୍ରଧାନଙ୍କ ପରଲୋକ

ସମ୍ବଲପୁର:ଧନକଉଡା ବ୍ଲକ ଅନ୍ତର୍ଗତ ଦେବେଇପାଲି ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଗୌନ୍ତିଆ ପରିବାରର ଉମେଶ ପ୍ରଧାନଙ୍କ ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ସ୍ଥାନୀୟ ନସିଂହୋମରେ ଭର୍ତ୍ତି କରାଯାଇଥିଲା । ବୁଧବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା । ତାଙ୍କର ଦେବେଇପାଲି ସ୍ମଶାନରେ ଶବଦାହ କରାଯାଇଥିଲା । ପୁତୁରା ବିନୟ ପ୍ରଧାନ ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ଦେବେଇପାଲି ସମେତ ଆଖପାଖ ଗ୍ରାମର ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ଶେଷ ସମୟରେ ଝିଆରୀ ନିଲିମା ପ୍ରଧାନ, ଡଲିମା ଭୋଇ, ପୁଅବହୁ ଅନୀତା ପ୍ରଧାନଙ୍କ ସମେତ ନାତିନାତୁଣୀ ଏବଂ ଜ୍ୱଇଁ ମାନଙ୍କ ସମତେ ଜ୍ଞାତି ପରିଜନ ଉପସ୍ଥିତ ରହିଥିଲେ । ଗ୍ରାମର ସଙ୍କିର୍ତ୍ତନ୍ୟ ଦଳର ଜଣେ ପ୍ରମୁଖ ସଦସ୍ୟ ରହିଥିଲେ । ଏହାସହ ଅଞ୍ଚଳର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସେ ସକ୍ରୀୟ ଯୋଗଦାନ ଦେଇଆସୁଥିଲେ।