Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାପ କାମୁଡାରେ ପମ୍ପ ମିସ୍ତ୍ରୀଙ୍କ ମୃତ୍ୟୁ, ଆଜି ଶବ ବ୍ୟବଛେଦ

ସମ୍ବଲପୁର: ଘରେ ଘରେ ପରିଚିତ ଯୁଯୁମୁରା ଥାନା ଲିପିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଧମାକଟା ଗାଁର ଜଣାଶୁଣା ପମ୍ପ ମିସ୍ତ୍ରୀ ଚନ୍ଦ୍ରିକା ଗୁପ୍ତା (୬୫) ଙ୍କ ଗୁରୁବାର ବିଷଧର ସାପ କାମୁଡାରେ ମୃତ୍ୟୁ ଘଟିଛି। ଯୁଯୁମୁରା ସ୍ବାସ୍ଥ୍ୟକେନ୍ଦ୍ରରୁ ପୁଲିସ ଶବ ଉଦ୍ଧାର କରି ସଦର ଡାକ୍ତରଖାନା ଫ୍ରିଜରରେ ରଖିଛି।ଶୁକ୍ରବାର ଶବ ବ୍ୟବଚ୍ଛେଦ କାର୍ଯ୍ୟ କରାଯାଇ ପରିବାରଙ୍କୁ ହସ୍ତାନ୍ତର କରିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି। ସୂଚନାନୁସାରେ, ପମ୍ପ ମିସ୍ତ୍ରୀ ଚନ୍ଦ୍ରିକା ଗୁରୁବାର ସନ୍ଧ୍ୟାରେ ନିଜ ଘର ବାରଣ୍ଡାରେ ବସିଥିବାବେଳେ ଏକ ବିଷଧର ନାଗ କାମୁଡ଼ିଥିଲା । ପରିବାର ବର୍ଗ ତୁରନ୍ତ ତାଙ୍କୁ ଯୁଯୁମୁରା ସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇଥିଲେ। କିନ୍ତୁ ସେଠାରେ ଡାକ୍ତର ଚନ୍ଦ୍ରିକାଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଚନ୍ଦ୍ରିକାଙ୍କ ମୃତ୍ୟୁରେ ଜୁଯୋମୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ