Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡ଼. ଜନାର୍ଦନ ପୂଜରୀ ସ୍ମାରକୀ ବକ୍ତୃତା:ଡାକ୍ତର ଜନାର୍ଦ୍ଦନ ପୂଜରୀ ଥିଲେ ଜଣେ ଜୀବନ ମୁକ୍ତ ବ୍ୟକ୍ତିତ୍ୱ

ସମ୍ବଲପୁର:ଗୁରୁବାର ଅପରାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଆନୁକୂଲ୍ୟରେ ବିଶିଷ୍ଟ ଡାକ୍ତର ତଥା ସାଧକ ଜନାର୍ଦନ ପୂଜରୀ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଥିଲା।

ପ୍ରାରମ୍ଭ ରେ ଡାକ୍ତର ପୂଜରୀ ଙ୍କ ଫୋଟୋ ଚିତ୍ର ଉପରେ ମାଲ୍ୟର୍ପଣ କରା ଯାଇଥିଲା ଆଜିର ସଭାରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଆଧ୍ୟାତ୍ମିକବାଦୀ ଇଂ.ବିଭୂତି ନାରାୟଣ ମାଝୀ ନିଜର ବକ୍ତବ୍ୟ ପ୍ରଦାନ କରି ଡ଼.ଜନାର୍ଦନ ପୂଜରୀ ଙ୍କୁ ଜଣେ ବିଶିଷ୍ଟ ଡାକ୍ତର, ସାଧକ ଓ ଜୀବନମୁକ୍ତ ମଣିଷ ଭାବେ ବର୍ଣ୍ଣନା କରି ଥିଲେ।ପରିବାର ର ଅଷ୍ଟମ ସନ୍ତାନ ଭାବେ ଡ଼. ପୂଜରୀ ତୁଳସୀ ଦୁଇପତ୍ରରୁ ବାସିଲା ପରି ବାଲ୍ୟ ଅବସ୍ଥା ରୁ ହିଁ ତାଙ୍କ ଠାରେ ଆଧ୍ୟତ୍ମିକ ଚିନ୍ତାଧାରା ଉଦ୍ଭାସିତ ହୋଇଥିଲା।ସେ ନିରୋଳା ଜଙ୍ଗଲ ସ୍ଥାନ ଓ ନଦୀ ପଠା ରେ ବସି ଘଣ୍ଟା ଘଣ୍ଟା ଧରି ଧ୍ୟାନ ମଗ୍ନ ରହୁଥିଲେ।ଛୋଟ ସମୟରୁ ନିଜର ବଡ଼ଭାଇ ଓ ପିତାଙ୍କ ଅକାଳ ମୃତ୍ୟୁ ତାଙ୍କୁ ବୈରାଗ୍ୟ ଓ ଆଧ୍ୟତ୍ମିକ ଦିଗ କୁ ନେବାରେ ଅନ୍ୟତମ କାରଣ ହୋଇପାରେ ବୋଲି ବକ୍ତା କହିଥିଲେ।ମୃତ୍ୟୁ ପୂର୍ବରୁ ଡାକ୍କ୍ତର ପୂଜାରୀ ଆଭାସ ପାଇ ଦେହତ୍ୟାଗ ପାଇଁ ନିଜକୁ ପ୍ରସ୍ତୁତ କରିବା ତାଙ୍କ ଭଗବତ ପ୍ରେମ ର ଅନ୍ୟତମ ଉଦାହରଣ ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ।
ଅନୁଷ୍ଠାନ ର ସଭାପତି ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର ଓ ପ୍ର. ନିରୂପମା ବଡ଼ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଥିଲେ।ସଭାରେ ସହର ର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତିବିଶେଷ ତଥା ଲାଇବ୍ରେରୀ ସଦସ୍ୟ ମାନେ ଉପସ୍ଥିତ ଥିଲେ।
ସଭା ପୁର୍ବରୁ କାର୍ଯ୍ୟକାରୀ କମିଟି ଓ ସମ୍ପାଦନା ମଣ୍ଡଳୀ ର ଏକ ମିଳିତ ବୈଠକରେ ଚଳିତ ବର୍ଷପାଇଁ ଗ୍ରୁମିଙ୍ଗ ଛାତ୍ରଛାତ୍ରୀ ଙ୍କ ସାର୍ଟିଫିକେଟ ପ୍ରଦାନ ଉତ୍ସବ ଉପରେ ଆଲୋଚନା ହୋଇ ଆସନ୍ତା ନଭେମ୍ବର ଦୁଇ ତାରିଖ ପୂର୍ବାହ୍ଣ ରେ ସମ୍ବଲପୁର ଆଇ.ଆଇ.ଏମ ପରିସରରେ ଏହା ଅନୁଷ୍ଠିତ ହେବାର ସୂଚନା ଦିଆଯାଇ ଏହି ଉତ୍ସବ ରେ ଯୋଗଦେବାକୁ ପ୍ରଶିକ୍ଷାର୍ଥୀ ଛାତ୍ରଛାତ୍ରୀ, ସେମାନଙ୍କପିତା ମାତାମାତା, ପ୍ରଶିକ୍ଷକ, ଲାଇବ୍ରେରୀର ସଦସ୍ୟ ,ଗଣମାଧ୍ୟମ ର ପ୍ରତିନିଧି ଓ ମାନ୍ୟ ଗଣ୍ୟ ବ୍ୟକ୍ତିବିଶେଷ ଙ୍କୁ ନିମନ୍ତ୍ରଣ କରିବାକୁ ସ୍ଥିର କରାଯାଇଛି।
ଆସନ୍ତା ୧୯.୧୦.୨୫ ରବିବାର ଦିନ ସକାଳ ୮.୦୦ ଟାରେ ଛାତ୍ରଛାତ୍ରୀ ଓ ଅବିଭାବକ ତଥା ଲାଇବ୍ରେରୀ ର ସଦସ୍ୟ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଲାଇବ୍ରେରୀ ହଲ ରେ ଅନୁଷ୍ଠିତ ହୋଇଏହି ଉତ୍ସବ ସଂକ୍ରାନ୍ତୀୟ ଵିଶେଷ ସୂଚନା ଓ ନିର୍ଦେଶାବଳୀ ଜାରି କରାଯିବାକୁ କାର୍ୟ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା ସୂଚନା ଦେଇଥିଲେ।ଶେଷରେ ସଭ୍ୟ ସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ