Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି

ସମ୍ବଲପୁର:ଆଜି ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୫୬ଟି ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୩୪ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୭ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା । ୦୮ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା। ସି.ଏମ. ଆର. ଏଫ ଅଧୀନ ରେ ୦୩ ଜଣଙ୍କୁ ସମୁଦାୟ ୭୫, ୦୦୦ ଟଙ୍କା ଏବଂ ରେଡକ୍ରସ ଅଧୀନରେ ସହାୟତା ୦୨ ଜଣଙ୍କୁ ସମୁଦାୟ ୧୪, ୦୦୦ ଟଙ୍କା ପ୍ରଦାନ କରାଗଲା ।

ଜନଶୁଣାଣି ପରେ ଆଜି ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ) ରେଙ୍ଗାଲି ର ଆର.ସି ନଗର କୀର୍ତନ ମଣ୍ଡପ ର ନିର୍ମାଣ କାମ, ପୁଷ୍ପାଞ୍ଜଳି ମେହେର ସିଂହବାହିନୀ ସ୍ଵୟଂ ସହାୟକ ଗୋଷ୍ଠୀ ଓ ରଜନୀ ମେହେରଙ୍କ ସ୍ବରସ୍ବତୀ ସ୍ଵୟଂ ସହାୟକ ଗୋଷ୍ଠୀ ର ହସ୍ତତନ୍ତ କାମ, ଲାଇକାନି ବନ୍ଧ ର ଅମୃତ ସରୋବର ଓ ଗୋଲାମାଲ ଠାରେ ସ୍ଥିତ ସମଲେଇ ମନ୍ଦିର ମରାମତି ଓ ପୁନଃନିର୍ମାଣ କାମ, ଅର୍ଜୁନ ରୋହିଦାସ ଙ୍କ ସମନ୍ଵୟ ଚାଷ, ସାବିତ୍ରୀ ମହିଲା ଓ ସୁକୁର୍ତା ବଗର୍ତ୍ତୀ ସ୍ୱୟଂ ସହାୟତା ଗୋଷ୍ଠୀଙ୍କ ବାୟୋଫ୍ଲକ ପ୍ରକଳ୍ପ, ଝାଙ୍କରପାଲି ସ୍ଥିତ ସାବିତ୍ରୀ ସ୍ଵୟଂ ସହାୟକ ଗୋଷ୍ଠୀ ର ପ୍ରୋସେସିଂ ମିଲ, ଝାଙ୍କରପାଲି ମାର୍କେଟ କମପ୍ଲେକ୍ସ ପରିଦର୍ଶନ କରି ଅନେକ ବିକାଶମୂଳକ ପ୍ରକଳ୍ପ ର ସମୀକ୍ଷା କରିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କ ସହିତ ସାକ୍ଷାତ କରି ଆହୁରି କାମକୁ ଆଗକୁ ବଢାଇବା ପାଇଁ ଉତ୍ସାହିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ