ଅବଦୁଲ କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ଵାନ

ସମ୍ବଲପୁର: ଭାରତରତ୍ନ ପୂର୍ବତନ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କଲାମ ଙ୍କ ୯୫ ତମ ଜୟନ୍ତୀ ଓଡିଶା ସାଂସ୍କୃତିକ ସମାଜ ଆନୁକୁଲ୍ୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଧନୁପାଲିରେ ପାଳିତ ହୋଇଯାଇଛି l ସକାଳେ ଜିଲ୍ଲା ସ୍କୁଲ ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଏଥିରେ ବରିଷ୍ଠ ସଭ୍ଯ ରାମାନୁଜ ପଣ୍ଡା, ପ୍ରଫୁଲ୍ଲ ହୋତା, ଶ୍ଯାମ ସୁନ୍ଦର ଅଗ୍ରୱାଲ, ଅଶୋକ କୁମାର ମିଶ୍ର, ସୂର୍ଯ୍ୟ ପାଣିଗ୍ରାହୀ, ଶିବ ନାରାୟଣ ପାଣିଗ୍ରାହୀ, କୈଳାଶ ମିସ୍ତ୍ରୀ ଓ ଶାନ୍ତନୁ ପାଢୀ, ପ୍ରଫୁଲ୍ଲ ହୋତା ପ୍ରମୁଖ ଯୋଗ ଦେଇଥିଲେ l ସଭାପତି ଡ ପରେଶ ଦାନୀ ଏହି ସଭାରେ ସଭାପତିତ୍ଵ କରି ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ଵାନ ଦେଇଥିଲେ l ପ୍ରଧାନ ଆଚାର୍ଯ୍ଯ ବିଭୁ ପ୍ରସାଦ ମହାପାତ୍ର ସ୍ଵାଗତ ଭାଷଣ ଦେଇ ଏପରି କାର୍ଯ୍ୟକ୍ରମ ପାଇଁ ଓଡିଶା ସାଂସ୍କୃତିକ ସମାଜକୁ କୃତଜ୍ଞତା ଜ୍ଞାପନ କରିଥିଲେ l ଦୀପ ପ୍ରଜ୍ବଳନ ସହ ସ୍ଵାଗତ ବନ୍ଦନା ଆଚାର୍ୟା ଅନ୍ନପୂର୍ଣା ପାଢୀଙ୍କ ନିର୍ଦ୍ଦେଶନାରେ ସୋମ୍ୟା ସୋନାଲୀକା କୁମ୍ଭାର, ଅନ୍ଵେଷା ପଣ୍ଡା ଓ ନମ୍ରତା ସାହୁ ଗାଇଥିଲେ l ସମ୍ପାଦକ ଦୀନବନ୍ଧୁ ପଣ୍ଡା ଓଡିଶା ସାଂସ୍କୃତିକ ସମାଜର ଆଭିମୁଖ୍ୟ ତଥା ମହାପୁରୁଷଙ୍କ ଜୀବନୀରୁ ଛାତ୍ରଛାତ୍ରୀ ମାନେ ଉଦ୍ ବୁଦ୍ଧ ହେବାକୁ ଏପରି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା କହିଥିଲେ l ମୁଖ୍ୟ ବକ୍ତା ସୁଶ୍ରୀ ସନ୍ତୋଷିନୀ ବାବୁ ଭାରତରତ୍ନ ଶ୍ରୀ କାଲାମଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଥିବା ଶ୍ରଦ୍ଧା ତଥା ଉପଦେଶ ତାଙ୍କ ଚରିତ୍ର ଗଠନରେ ସହାୟକ ହେବ ବୋଲି ସୂଚନା ଦେଇଥିଲେ l ଶ୍ରୀକାନ୍ତ ଷଡଙ୍ଗୀ କଲାମଙ୍କର ଥ୍ରୀ ଡି ଉପରେ ଆଲୋକପାତ କରିଥିଲେ l ଶେଷରେ କାର୍ଯ୍ୟାଳୟ ସମ୍ପାଦକ ଅଖିଳ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।