୩୦ରେ ଗୋପାଷ୍ଟମୀ ମହୋତ୍ସବ ଓ ଗୋଶାଳାର ପ୍ରତିଷ୍ଠା ପର୍ବ ୩୧ରେ ଅଁଳା ନବମୀ

ସମ୍ବଲପୁର:ଗୋଲାବନ୍ଧ, ଗୁଣ୍ଡେରପୁର ସ୍ଥିତ ମନକାମେଶ୍ଵର ମହାଦେବ ମନ୍ଦିର ରେ ଜୟ ମାତା ଦୀ ବୈଷ୍ଣ ଟ୍ରଷ୍ଟ ର କାର୍ଯ୍ୟାଳୟ ଠାରେ ପ୍ରଦୀପ ପାଣ୍ଡେ ଙ୍କ ଆବାହକତ୍ୱରେ “ଜୟ ମାତା ଦୀ ବୈଷ୍ଣ ଟ୍ରଷ୍ଟ” ଓ “ଶ୍ରୀ ବ୍ରଜ ଗିରୀରାଜ ସେବା ସଂସ୍ଥାନ ଟ୍ରଷ୍ଟ” ର ମିଳିତ ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଦୀପ ପାଣ୍ଡେ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ଆଗାମୀ ୩୦ ୩୧ ଅକ୍ଟୋବର ରେ ମନ୍ଦିର ପ୍ରାଙ୍ଗଣ ରେ ଗୋପାଷ୍ଟମୀ ମହୋତ୍ସବ ସହ ନୂତନ ଭାବେ ନିର୍ମିତ ଗୋଶାଳା ର ପ୍ରତିଷ୍ଠା ପର୍ବ ଓ ଅଁଳା ନବମୀ ପାଳନ ସଂକ୍ରାନ୍ତ ରେ ଆଲୋଚନା କରାଯାଇ ଥିଲା।ଏହି କ୍ରମରେ ଆଗାମୀ ୩୦ ତାରିଖ ଗୁରୁବାର ଦିନ ୧୧ ଘଟିକା ରେ ନୂତନ ଭାବେ ନିର୍ମିତ ମହେଶ ଗୋଶାଳା ର ପ୍ରତିଷ୍ଠା, ଦିନ ୧୨ ଟା ରେ ଗୋ ପୂଜନ ଓ ଗୋସେବା, ଦିନ ୧ ଟା ରେ ପ୍ରସାଦ ସେବନ, ସନ୍ଧ୍ୟା ୭ ଟା ରେ ଭଜନ ସଙ୍କୀର୍ତ୍ତନ ଓ ୩୧ ତାରିଖ ଶୁକ୍ରବାର ଦିନ ୧୧ ଘଟିକା ରେ ଅଁଳା ନବମୀ, ଅଁଳା ବୃକ୍ଷ ପୂଜନ, ୧୨ ଘଟିକା ରେ ସାଧୁ ସେବା ଏବଂ ବ୍ରାହ୍ମଣ ସେବା, ୧ ଘଟିକା ରେ ସାମୁହିକ ଆଶୀର୍ବାଦ କାର୍ଯ୍ୟକ୍ରମ ଓ ସନ୍ଧ୍ୟା ୫ ଘଟିକା ରୁ ୮ ଘଟିକା ହରି ନାମ ସଙ୍କୀର୍ତ୍ତନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଗୃହୀତ ହେବା ସହ ଏହାର ସୁପରିଚାଳନା ପାଇଁ ଆଗାମୀ ବୈଠକ ରେ ଏକ ସମନ୍ବୟ କମିଟି ଗଠନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଉକ୍ତ ବୈଠକ ରେ ପଣ୍ଡିତ ରବିନାରାୟଣ ପଣ୍ଡା, ପଣ୍ଡିତ ମନମୋହନ ପାଣିଗ୍ରାହୀ, ଦେବାଶିଷ ପୁରୋହିତ, ସୌରଭ ରଞ୍ଜନ ମହାପାତ୍ର, ଶକୁନ୍ତଳା ମହାପାତ୍ର, ସଂଯୁକ୍ତା ସିଂଦେଓ, ଅସିତ୍ ବେହେରା, ଦୀପକ କୁମାର ପାତ୍ର, ପଣ୍ଡିତ ସୁବ୍ରତ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।