ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ:ଦୁର୍ଘଟଣା ୧୫ ପ୍ରତିଶତ ଓ ଦୁର୍ଘଟଣା ଜନିତ ମୃତ୍ୟୁ ୯ ପ୍ରତିଶତକୁ ହ୍ରାସ

ସମ୍ବଲପୁର: ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ଵର ବଳୀରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ସମ୍ବଲପୁର ର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ ,ଡି ଏଫଓ ଜାଧବ ସୁଦର୍ଶନ ଗୋପୀନାଥ, ଏସଏମସି କମିସନର ଶ୍ରୀ ରେହାନ୍ ଖେତ୍ରୀ , ରେଜିନାଲ ଅଫିସର ପୋଲୁସନ କଂଟ୍ରୋଲ ବୋର୍ଡ଼ ଡ଼ଃ. ସତ୍ୟନାରାୟଣ ନନ୍ଦ, ଆଇଏଏସ ପ୍ରୋବେସନାରୀ ଶୁଭ୍ରା ପଣ୍ଡା , ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।
ସଭାରେ ୨୦୨୪ ଓ ୨୦୨୫ ମସିହାର ଜାନୁଆରୀରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଘଟିଥିବା ଦୁର୍ଘଟଣା ତଥ୍ୟ, ଦୁର୍ଘଟଣା ର କାରଣ, ଏନ୍ଫୋର୍ସମେଣ୍ଟ ଆଦି ବିଷୟରେ ଆଲୋଚନା କରାଯାଇଥିଲା।
ତଥ୍ୟ ଅନୁସାରେ ୨୦୨୪ (ଜାନୁୟାରୀ ରୁ ସେପ୍ଟେମ୍ବର)ମସିହାରେ ମୋଟ ୪୦୩ ଦୁର୍ଘଟଣା ଘଟିଥିଲା, ଯେଉଁଥିରୁ ୧୮୨ ଫାଟାଳ ଓ ୧୪୦ଜଣ ଗୁରୁତର ଆହତ ହୋଇଥିଲେ। ୨୦୨୫ ମସିହାରେ ସେହି ସମୟ ମଧ୍ୟରେ ଏହି ସଂଖ୍ୟା କମି ୩୪୩ ଦୁର୍ଘଟଣା ହୋଇଛି, ଯେଉଁଥିରୁ ୧୬୫ ଫାଟାଳ ଓ ୧୧୭ ଗୁରୁତର ଆହତ ହୋଇଛନ୍ତି।
ସମଗ୍ର ତଥ୍ୟ ଅନୁସାରେ ଗତବର୍ଷ (୨୦୨୪) ତୁଳନାରେ ଏବର୍ଷ (୨୦୨୫) ରେ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଦେଖାଯାଇଛି, ଯାହାର ମୂଳ କାରଣ ହେଉଛି ସଚେତନତା ଅଭିଯାନ, ଯାତାୟାତ ନିୟମ ପାଳନ ଓ ଏନ୍ଫୋର୍ସମେଣ୍ଟ କାର୍ଯ୍ୟକଳାପ ବୃଦ୍ଧି ।
ଆଜି ଉଭୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ମରାମତି, ପାର୍କିଂ ସମସ୍ୟା, ଉପଯୁକ୍ତ ସଙ୍କେତ ର ବ୍ୟବହାର, ସର୍ଭିସ୍ ରୋଡ୍ ରେ ପାର୍କିଂ ସମସ୍ୟା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ଜିଲ୍ଲାପାଳ ଏହି ସବୁ ସମସ୍ୟାର ମୁକାବିଲା ପାଇଁ ଅଧିକ ସଂଖ୍ୟାର “ବ୍ଲାକ୍ ସ୍ପଟ୍”/ ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନିତ କରି ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ।।
ଉଦ୍ୟୋଗ ଓ ଶିଳ୍ପ କ୍ଷେତ୍ରର ସମ୍ପର୍କିତ କର୍ମଚାରୀମାନେ ନିଜ ଶିଳ୍ପ କ୍ଷେତ୍ର ଓ ପରିସରରେ ସଫା-ସୁତୁରା ରଖିବା, ରୋଡ୍ ସାଇନେଜ୍ ଲଗେଇବା, ଧୁଳି ହଟାଇବା ପାଇଁ ଫଗ୍ ସ୍ପ୍ରେ ଠିକ୍ ଭାବରେ କରିବା, ପ୍ରୟାପ୍ତ ଆଲୋକ ବ୍ୟବସ୍ଥା କରିବା ଓ ସଡ଼କ ସୁରକ୍ଷା ନିୟମ ଅନୁସରଣ କରିବା ପାଇଁ ଦାୟିତ୍ୱ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।ସେ ଏହା ମଧ୍ୟ କହିଛନ୍ତି ଯେ ଜରୁରୀକାଳୀନ ସମୟରେ ସେବା ଠିକ୍ ସମୟରେ ପହଞ୍ଚିବା ଉଚିତ୍ । ବିଶେଷ କରି ଦୁର୍ଘଟଣା ପ୍ରବଳ ଅଞ୍ଚଳରେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।