Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆହୁରି ୪ ଦିନ ପ୍ରଚଣ୍ଡ ତାତି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆହୁରି ୪ ଦିନ ଖରାରେ ସିଝିବ ସାରା ରାଜ୍ୟ। ଏହାର ପ୍ରଭାବ ପଶ୍ଚିମ ଓଡିଶାରେ ଅଧିକ ଦେଖିବାକୁ ମିଳିବ। ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ସୋନପୁରର ତାପମାତ୍ରା ସର୍ବାଧିକ ୪୪.୨ ଡିଗ୍ରୀ ରେକର୍ଡ ହୋଇଥିଲା। ରାଜ୍ୟର ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା ।

ବିଶେଷ କରି ପଶ୍ଚିମଓଡ଼ିଶାରେ ତାପମାତ୍ରା ଅଧିକ ରହିଥିଲା। ନୂଆପଡା, ସମ୍ବଲପୁର, ଝାରସୁଗୁଡା ଓ ହୀରାକୁଦରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଏହାରି ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଛି । ଆଜି ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ଉତର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।