Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ରାଜ୍ୟ ସମବାୟ ନୀତି–୨୦୨୫ ଆଧାରିତ ଆଞ୍ଚଳିକ କର୍ମଶାଳା:ସମବାୟ ସଂସ୍ଥା ଗ୍ରାମୀଣ ଅର୍ଥନୀତି ଓ ସାମାଜିକ ଉନ୍ନତିର ମାଧ୍ୟମ-ଜିଲ୍ଲାପାଳ

ସମ୍ବଲପୁର:ସମ୍ବଲପୁର ସମବାୟ ବିଭାଗ ଆନୁକୁଲ୍ଯରେ ଆନ୍ତର୍ଜାତୀୟ ସମବାୟ ନୀତି ବର୍ଷ ୨୦୨୫ ଉପଲକ୍ଷେ ଏକ ଅଞ୍ଚଳୀୟ କର୍ମଶାଳା ଗୁରୁବାର ରିଭର ଇନ୍ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି।

ସମବାୟ ବିଶ୍ୱ ବିକାଶର ଶ୍ରେଷ୍ଠ ମାଧ୍ୟମ ଶୀର୍ଷକ ବିଷୟ ଉପରେ ଆଧାରିତ ଏହି କର୍ମଶାଳା ରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳୀରାମ ବୋନ୍ଦର , କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲୋକପ୍ରତିନିଧି ଚନ୍ଦ୍ରଶେଖର ପଣ୍ଡା, ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଙ୍କ ଲୋକପ୍ରତିନିଧି ବିଭୁତି କଲ୍ୟାଣ ପଟେଲ, ମେମ୍ବର ଡ୍ରାଫ୍ଟିଂ କମିଟି ସଦସ୍ୟ ଯଜ୍ଞଶ୍ୱର ବାବୁ, ପ୍ରଫେସର ହରେକୃଷ୍ଣ ମିଶ୍ର ଗୋପାବନ୍ଧୁ ଶତପଥୀ,ଭିମସେନ ସାହୁ, ପ୍ରମୂଖ ମଞ୍ଚାସୀନ ଥିଲେ।

ଜିଲ୍ଲାପାଳ ସିଦ୍ଧେଶ୍ଵର ବଳୀରାମ ବୋନ୍ଦର ଉପସ୍ଥିତ ରହି ସମବାୟ ଅଭିକଳ୍ପନା ଓ ନୀତି ସଂସ୍କାର ଉପରେ ତାଙ୍କ ମତାମତ ରଖିଥିଲେ। ସେ କହିଥିଲେ ଯେ ସମବାୟ ସଂସ୍ଥାମାନେ ଗ୍ରାମୀଣ ଅର୍ଥନୀତି ଓ ସାମାଜିକ ଉନ୍ନତିର ଏକ ମୁଖ୍ୟ ଅଭିନ୍ନ ଅଂଶ, ସେଥିପାଇଁ ସମବାୟ ସଂସ୍ଥା ମାନଙ୍କୁ ଅଧିକ ସକ୍ରିୟ ଓ ସ୍ବୟଂସମର୍ଥ ହେବା ପାଇଁ ସମୟୋପଯୁକ୍ତ କ୍ଷମତା ଗଠନ କରିବା ଆବଶ୍ୟକ। ଭଲ କାମ କରିବାପାଇଁ ସେମାନଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ। କେବଳ ସେତିକି ନୁହେଁ ସମବାୟ ଅଭିକଳ୍ପନାରେ ଆନ୍ତର୍ଜାତୀୟ ସହଭାଗିତା ଓ ଗ୍ଲୋବାଲ୍ ଲିଙ୍କେଜ୍ ର ମଧ୍ୟ ଆବଶ୍ୟକତା ଅଛି ବୋଲି କହିଥିଲେ। ସେ କହିଥିଲେ ଯେ ଓଡିଶାର ସ୍ୱଦେଶୀ ଉତ୍ପାଦନ ସମୂହ ପାଇଁ ଜିଓଗ୍ରାଫକାଲ ଇଣ୍ଡିକେସନ (ଜି ଆଇ)ଟ୍ୟାଗ୍ ମିଳିଲେ ସେଗୁଡ଼ିକ ଅନ୍ତର୍ଜାତୀୟ ବଜାରରେ ପରିଚିତ ହେବ ଓ ଉତ୍ପାଦକମାନଙ୍କ ଆୟ ବୃଦ୍ଧି ପାଇବ ଯାହା ପାଇଁ ସ୍ୱଦେଶୀ ଉତ୍ପାଦନ ର ଡିଜିଟାଲାଇଜେସନ୍ ମାଧ୍ୟମରେ ବିପଣନୀକରଣ ବିକାଶ କରାଇବାର ଆବଶ୍ୟକତା ଅଛି । ସେ ମହିଳା ସଶକ୍ତିକରଣର ପାଇଁ ସମବାୟ ସଂସ୍ଥାମାନରେ ଅଧିକ ସଂଖ୍ୟାରେ ମହିଳା ଅଂଶଗ୍ରହଣ ନିଶ୍ଚିତ କରିବାକୁ ପ୍ରୋତ୍ସାହନ ଦେଇଥିଲେ ।

ସୂଚନା ଅନୁଯାୟୀ ୨୪.୦୭.୨୦୨୫ରେ ପ୍ରକାଶ ପାଇଥିବା ଜାତୀୟ ସମବାୟ ନୀତି-୨୦୨୫ ଉପରେ ଆଧାରିତ ଓଡ଼ିଶା ରାଜ୍ୟ ସମବାୟ ନୀତି-୨୦୨୫, ବିକଶିତ ଓଡ଼ିଶା ଭିଜନ-୨୦୩୬ ସହିତ ବିକଶିତ ଭାରତ – ୨୦୪୭ ଜାତୀୟ ଆକାଂକ୍ଷାରେ ରେ ଅବଦାନ ଦେବାର ଲକ୍ଷ୍ୟ ରଖିଛି। ସମବାୟ ଭିଭିକ ବ୍ୟବସାୟକୁ ସରଳ କରିବା ପାଇଁ” ଉତ୍ତମ ଶାସନ ବ୍ୟବସ୍ଥା କରିବା ଏବଂ ସମର୍ଥନ ବ୍ୟବସ୍ଥା କରିବା, ନୂତନ ପିଢ଼ିର ସମବାୟ ପ୍ରତିଷ୍ଠାନ ଗଠନ ଏବଂ ଦୃଢ଼ ନେଟୱାର୍କ ସହିତ ସମବାୟ ପ୍ରତିଷ୍ଠାନର ଅଭିବୃଦ୍ଧି, ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ସ୍ପନ୍ଦନଶୀଳ କରିବା ପାଇଁ ସମସ୍ତ ସ୍ତରରେ ସମବାୟ ପ୍ରତିଷ୍ଠାନକୁ ସୁଦୃଢ଼ କରିବା, ମାନବ ସମ୍ବଳ ସମ୍ବଳ ଏବଂ ସଦସ୍ୟଙ୍କ ଦକ୍ଷତାରେ ନିରନ୍ତର ଉନ୍ନତି କରିବା , ବୃଦ୍ଧିଗତ ଦକ୍ଷତାକୁ ପ୍ରୋତ୍ସାହନ ଏବଂ ସମବାୟକୁ ରୂପାନ୍ତରିତ କରିବା, ଯୁବପିଢ଼ି ଏବଂ ମହିଳାମାନଙ୍କୁ ଉଦ୍ୟୋଗୀ ମନୋଭାବ ସହିତ ଏହି କ୍ଷେତ୍ରରେ ଯୋଗଦାନ କରିବାକୁ ପ୍ରେରଣା ଦେବା, ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସକ୍ରିୟ ସମବାୟ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଆଦି ଚିଠା ନୀତିର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ବିଷଦ ଭାବେ ଆଲୋଚନା କରାଯାଇଥିଲା।

ଏହି କର୍ମଶାଳାରେ ରାଜ୍ୟ ସମବାୟ ନୀତି–ନୂତନ ନୀତି ର ଲକ୍ଷ ଓ ସମବାୟ ସଂସ୍ଥାଗୁଡ଼ିକର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା ହୋଇଥିଲା ଓ ଉପସ୍ଥିତ ସଦସ୍ୟମାନଙ୍କ ମତାମତ ଓ ପ୍ରସ୍ତାବ ଗ୍ରହଣ କରାଗଲା । ବିଭିନ୍ନ ସମବାୟ ସଂସ୍ଥାର ପ୍ରତିନିଧି, ସରକାରୀ ଅଧିକାରୀ, ସମବାୟ ସଂସ୍ଥା ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ସହଭାଗୀମାନେ ଓ ସମ୍ବନ୍ଧିତ ବିଶେଷଜ୍ଞମାନେ ଏହି କର୍ମଶାଳାରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଯୁଗଳ କିଶୋର ଦାସ, ଉପ–ସମବାୟ ଅଞ୍ଚଳୀୟ ନିୟନ୍ତ୍ରକ, ବରଗଡ଼, ଧନ୍ୟବାଦ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ